ବାଲାଟ ପେପରରେ ଚିହ୍ନ ଅସ୍ପଷ୍ଟ, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିଦେଲେ

ଭଦ୍ରକ: ବାଲାଟ ପେପର ଫୋଲଡିଂରେ ଚି଼ହ୍ନ ଦେଖାଯାଉ ନଥିବାରୁ ମତଦାନ କେନ୍ଦ୍ର ବନ୍ଦ କରିବା ସହ ଅଫିସରଙ୍କୁ ମାଡ଼ ମାରିଲେ ଲେକେ । ଏହାସହ ଭୋଟ ବାକ୍ସକୁ ପୋଖରୀକୁ ଫୋପାଡ଼ିଦେଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର କୋହ୍ଲ ପଞ୍ଚାୟତରେ 4 ନମ୍ବର ବୁଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସେପଟେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ଗାଡ଼ିକୁ ମଧ୍ୟ ଅଟକାଇ ଥିଲେ ଲୋକେ। ବାଲଟ ବାକ୍ସ ପାଣିରେ ପକାଇବା ଫଳରେ ବାଲଟ ପେପର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ବେଳେ ଏଭଳି ଘଟଣା ସାଧାରଣରେ ଚର୍ଚ୍ଚା ପାଲଟିଛି ।
ସେପଟେ ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି , ରାୟଗଡ଼ାରେ ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ଉଠାଇ ନେଇଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟ କେତେକ ସ୍ଥାନରେ ମଧ୍ୟ ଭୋଟ ଗ୍ରହଣ ବେଳେ ଅପ୍ରିତୀକର ପରିସ୍ଥିତି ସୃଷ୍ଚି ହୋଇଥିବା ଦେଖିବାକୁ ମିଳିଛି ।