ବିବାହ ଉତ୍ସବରେ ଅଘଟଣ, କୂଅରେ ଖସିପଡ଼ି ୧୩ ଜଣଙ୍କ ମୃତ୍ୟୁ
1 min readଲକ୍ଷ୍ନୌ: ବିବାହ ଉତ୍ସବରେ ହସଖୁସିରେ ସମସ୍ତେ ମସଗୁଲ ଥିବା ବେଳେ ହଠାତ ଆସିଲା ମୃତ୍ୟୁ । କ୍ଷଣକ ଭିତରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଉତ୍ତରପ୍ରଦେଶ କୁଶିନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଯୁବତୀ ଥିବା ସୂଚନା । ଜିଲ୍ଲାର ନୌରଙ୍ଗିଆ ସ୍କୁଲ ଟୋଲାରେ ଜଣଙ୍କ ଘରେ ଝିଅ ବିବାହର ମେହେନ୍ଦି ପାଇଁ ପଡ଼ୋଶୀ ଘର ମହିଳା ଓ ଯୁବତୀମାନେ ଆସିଥିଲେ । ମେହେନ୍ଦୀ ସମୟରେ କୂଅର ସ୍ଲାବ ଉପରେ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ ସ୍ଲାବଟି ତଳକୁ ଖସିପଡ଼ିଥିଲା । ଯାହା ଫଳରେ ସେହି ସ୍ଲାବ ଉପରେ ଠିଆ ହୋଇଥିବା ମହିଳା ଓ ଯୁବତୀ କୂଆରେ ଖସି ପଡ଼ିଥିଲେ । କୂଅରେ ପଡ଼ିଯିବା ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ୧୫ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
उत्तर प्रदेश के कुशीनगर में हुआ हादसा हृदयविदारक है। इसमें जिन लोगों को अपनी जान गंवानी पड़ी है, उनके परिजनों के प्रति मैं अपनी गहरी संवेदनाएं व्यक्त करता हूं। इसके साथ ही घायलों के जल्द से जल्द स्वस्थ होने की कामना करता हूं। स्थानीय प्रशासन हर संभव मदद में जुटा है।
— Narendra Modi (@narendramodi) February 17, 2022
जनपद कुशीनगर के ग्राम नौरंगिया स्कूल टोला की एक दुर्भाग्यपूर्ण घटना में हुई ग्रामवासियों की मृत्यु अत्यंत दुःखद है।
मेरी संवेदनाएं मृतकों के शोक संतप्त परिजनों के साथ हैं।
प्रभु श्री राम से घायलों के शीघ्र स्वास्थ्य लाभ की कामना है।
— Yogi Adityanath (मोदी का परिवार) (@myogiadityanath) February 17, 2022
ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।