spot_img

Latest Posts

ମିଥ୍ୟା ସତ୍ୟପାଠ ଅଭିଯୋଗରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁରେ ମାମଲା

କେନ୍ଦୁଝର:  34 ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁରେ ମାମଲା । ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉପଜିଲ୍ଲାପାଳ ଗୋପିନାଥ କୁଅଁର ଜିଲ୍ଲା ପରିଷଦ ପ୍ରାର୍ଥୀ ବିବେକାନନ୍ଦଙ୍କ ବିରୋଧରେ ଆନନ୍ଦପୁର ଥାନାରେ ମାମଲା ରୁଜୁ କରିଛନ୍ତି । ଏହି ଘଟଣାରେ ପୋଲିସ ବିବେକାନନ୍ଦଙ୍କୁ ନୋଟିସ ଜାରି କରିଛି ।

୨୦୦୭ ମସିହାରେ ବିବାକାନନ୍ଦଙ୍କ ବିରୋଧରେ ସୋସ ଥାନାରେ ଏକ ଫୈଜଦାରି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ହେଲେ ପ୍ରାର୍ଥିପତ୍ର ଦାଖଲ ସମୟରେ ସେ ନିଜର ସତ୍ୟପାଠରେ ସଂପୃକ୍ତ ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଥିବା ଦର୍ଶାଇଥିଲେ । ଯାହାକୁ ନେଇ ପ୍ରତିପକ୍ଷ ବିଜେଡି ପ୍ରାର୍ଥୀ ସୋମନାଥ ଦାସ ଆପତ୍ତି କରିଥିଲେ ।

ଏପରି ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ବିରୋଧରେ ଆନନ୍ଦପୁର ଥାନାରେ ଏତଲା ଦେଇଛନ୍ତି । ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ଋଜୁ କରାଯାଇଛି  ।

Latest Posts

Don't Miss