ପ୍ରଥମେ ଅମଙ୍ଗ ହେଉଥିଲେ, ପରେ ଗାଇଥିଲେ ଏହି ଦୁଇ ଓଡ଼ିଆ ଗୀତ
ନନ୍ଦିଘୋଷ ବ୍ୟୁରୋ: ଆଜି ମୁଁ ଶ୍ରାବଣୀ, ଲୁହର ହରିଣୀ । ଯେଉଁ ରଜନୀ କେବେ ପାଇନି, ଆଜି ମୁଁ ସେହି ରଜନୀ । ଆଜି ମୁଁ ସେହି ରଜନୀ… ଏ ଥିଲା ଲତା ମଙ୍ଗେସକରଙ୍କ ଓଡିଆ ଗୀତ । ଓଡିଆରେ ମଧ୍ୟ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ନିରୋଳାରେ ଆଖିରୁ ଲୁହ ଝରାଉଥିବା ଏହି ଗୀତ । ସ୍ୱରର ଯାଦୁଗରୀ ସାଙ୍ଗକୁ ସଙ୍ଗୀତର ନିର୍ଦ୍ଦେଶନା ହୃଦୟରେ ରଚେ ରମ୍ୟ ରଚନା । ଗୀତର ଅନ୍ତାକ୍ଷରି ଶବ୍ଦର ସାଗରରେ ଭାସମାନ ନୌକା ପରି । ଲେଖାଅଛି, ଏତେ ମେଘ ମୋ ଆକାଶେ, ଚନ୍ଦ୍ର କି ପାଇଁ… ମୋତେ ତିମିରେ ଖୋଜେ ତାର ହଜିଥିବା କଇଁ ।
୧୯୬୭ ମସିହାରେ ଲତା ଦିଦି ଗାଇଥିଲେ ଅରୁନ୍ଧତି ଫିଲ୍ମରେ ଗୀତ । ଆଜି ମୁଁ ଶ୍ରାବଣୀ ଗୀତରେ ଲତା ଦିଦିଙ୍କ କଣ୍ଠଦାନ ଆଜି ମଧ୍ୟ ଓଡିଆ ଦର୍ଶକଙ୍କ ହୃଦୟରେ ଭିନ୍ନ ଏକ ସ୍ଥାନ ସୃଷ୍ଟି କରେ । ଗୀତିକାର ଥାଆନ୍ତି ଜିବାନାନନ୍ଦ ପାଣି । ସେହିପରି ୧୯୬୩ ମସିହାର ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ପ୍ରଥମ ଓଡିଆ କଣ୍ଠ ଦାନ କରନ୍ତି ଲତା ମଙ୍ଗେସକର । ସେଇ ଚୁନା ଚୁନା ତାରାଫୁଲ ଆଜି, ସିଏ ଚୁମି ଚୁମି ଗଲା ହାଏ ହଜି । ଟିକା ତାର ମଧୁଛୁଆ… । ଏହି ଓଡିଆ ଗୀତ ପ୍ରଥମ କରି ଗାନ କରିଥିଲେ ଲତା ମଙ୍ଗେସକର ।
ସୂର୍ଯ୍ୟମୁଖୀ ଏବଂ ଅରୁନ୍ଧତୀ ଉଭୟ ଚଳଚିତ୍ରର ଦୁଇଟି ଗୀତରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର । ଏବଂ ଏହି ଉଭୟ ଫିଲ୍ମର ସଙ୍ଗୀତକାର ଥିଲେ ଶାନ୍ତୁନ ମହାପାତ୍ର । ଗୀତିକାର ଥିଲେ ଗିରିକୃଷ୍ଣ ଗୋସ୍ୱାମୀ । ଲତା ଦିଦି ଓଡିଆ ଗୀତ ଗାଇବା ପଛରେ ରହିଛି ଶାନ୍ତନୁ ମହାପାତ୍ରଙ୍କ ଅବଦାନ । ଶାନ୍ତୁନ ମହାପାତ୍ର ମୁମ୍ବାଇ ଯାଇ ଲତା ଦିଦିଙ୍କୁ ଅନୁରୋଧ କରିଥିଲେ । ବହୁତ ବୁଝାଇବା ପରେ ସେ ଦୁଇଟି ଯାକ ଫିଲ୍ମରେ ଗୀତ ଗାଇବାକୁ ରାଜି ହୋଇଥିଲେ ।