spot_img

Latest Posts

ଟାଟା ହାତକୁ ଗଲା ଏୟାର ଇଣ୍ଡିଆର ମାଲିକାନା, ୨୮ରୁ ଭିନ୍ନ ଅନ୍ଦାଜରେ ୱେଲକମ୍ ଆନାଉସମେଣ୍ଟ

ନୂଆଦିଲ୍ଲୀ: ଶେଷରେ ଟାଟା ହାତକୁ ଯାଇଛି ଏୟାର ଇଣ୍ଡିଆର ମାଲିକାନା। ଟାଟା ସନ୍ସର ଚେୟାରମ୍ୟାନ ଏନ୍ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ଏୟାର ଇଣ୍ଡିଆକୁ ଫେରିପାଇ ଟାଟା ଗ୍ରୁପ ବହୁତ ଖୁସି ଅନୁଭବ କରୁଛି ବୋଲି କହିଛନ୍ତି ଏନ ଚନ୍ଦ୍ରଶେଖର।

ଏୟାର ଇଣ୍ଡିଆକୁ ଟାଟା ନିଜ ହାତକୁ ନେବା ପରେ ବିମାନର କକପିଟ୍ କ୍ରୁ ମେମ୍ବରଙ୍କ ପାଇଁ ନୂଆ ସର୍କୁଲାର ଜାରି କରାଯାଇଛି। ବିମାନ ଭିତରେ ପାଇଲଟ୍ ଏବଂ କ୍ୟାବିନ କ୍ରୁ ସଦସ୍ୟଙ୍କ ଦ୍ୱାରା ୱେଲକମ୍ ଆନାଉସମେଣ୍ଟ ଶୖେଳୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଫଳରେ ବିମାନ ଭିତରେ ଜାନୁଆରୀ ୨୮ରୁ ଏକ ନୂଆ ଅନ୍ଦାଜ ତଥା ଶୖେଳୀରେ ଆନାଉସମେଣ୍ଟ ଶୁଣିବାକୁ ମିଳିବ ।

ଏହାସହ ଏୟାର ଇଣ୍ଡିଆ ଏୟାରଲାଇନକୁ ବିଶ୍ୱସ୍ତରୀୟ କରିବାକୁ ଚେଷ୍ଟା କରାଯିବ ବୋଲି ଚନ୍ଦ୍ରଶେଖର କହିଛନ୍ତି । ଅଫିସିଆଲ ହସ୍ତାନ୍ତର ପୂର୍ବରୁ ଏନ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ଆଜି ସଫଳତାପୂର୍ବକ ସମାପ୍ତ ହୋଇଛି । ଏହାସହ ଏୟାର ଇଣ୍ଡିଆର ଶତ ପ୍ରତିଶତ ଅଂଶକୁ ମେସର୍ସ ଟୋଲସ୍ ପ୍ରାଇଭେଟ ଲିମିଟେଡକୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆକୁ ବିକ୍ରି କରାଯିବ ବୋଲି ସରକାର ଘୋଷଣା କରିବା ପରେ ଗତବର୍ଷ ଅକ୍ଟୋବର ୮ ତାରିଖରେ ଟାଟା ଗ୍ରୁପ ଏହାକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲା। ସ୍ପାଇସ ଜେଟ ପ୍ରମୋଟର ଏୟାର ଇଣ୍ଡିଆ ଲାଗି ୧୫ ହଜାର ୧୦୦ କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିବାବେଳେ ଟାଟା ଗ୍ରୁପ ୧୮ ହଜାର କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିଲା।

Latest Posts

Don't Miss