ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ

1 min read

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ ଦିଲ୍ଲୀ । ସବୁସ୍ତରରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡରେ ଭାଗ ନେବାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ରାଜପଥ ଓ ଅନ୍ୟ ସମସ୍ତ ମାର୍ଗରେ ବ୍ୟାପକ  ଫୋର୍ସ ମୁତୟନ କରାଯିବା ସହ ଫେସ୍ ରେକଗନାଇଜେସନ ସିଷ୍ଟମ ଲଗାଯାଇଛି । ଏହି କ୍ୟାମେରା ଆଗକୁ ଯଦି କେହି ଅପରାଧି ବା ସନ୍ଦିଗ୍ଧ ଆସନ୍ତି ସେମାନଙ୍କୁ ଏହା ତୁରନ୍ତ ଚିହ୍ନିବା ସହ ସୁରକ୍ଷାବଳକୁ ଆଲର୍ଟ କରିବ । ଏହି ସିଷ୍ଟମରେ ୫୦ହଜାର ସନ୍ଦିଗ୍ଧ ଅପରାଧୀଙ୍କ ଡାଟାବେସ୍ ସେଭ୍ ରହିଛି ।

ଗଣତନ୍ତ୍ର ଦିବସରେ କଡ଼ା ସୁରକ୍ଷାରେ ପରେଡ ପାଇଁ ପାରା ମିଲେଟାରୀ ଫୋର୍ସର ୬୫ କମ୍ପାନୀ ସହ ୩୦ ହଜାର ଯବାନ ମୁତୟନ କରାଯାଇଛି । ଏହା ସହ ଦିଲ୍ଲୀ ପୋଲିସର ୨୭ ହଜାର ୭୨୩ କମାଣ୍ଡୋ ଓ ସାର୍ପ ସୁଟର ସାମିଲ ହୋଇଛନ୍ତି । ବାୟୁ ସୀମା ସୁରକ୍ଷା ପାଇଁ କାଉଣ୍ଟର ଡ୍ରୋନ ସିଷ୍ଟମ ଲଗାଯାଇଛି । ଆତଙ୍କୀ ହମଲାକୁ ନଜରରେ ରଖି ୨୬ ପାରାମିଟରର ଆଣ୍ଟି ଟେରର ପଦକ୍ଷେପ ଉଠାଯାଇଛି । ଗୁଇନ୍ଦା ସୂଚନା ପାଇଁ ହୋଟେଲ, ଗେଷ୍ଟ ହାଉସ୍, ଧର୍ମଶାଳା, ଭଡ଼ାରେ ରହୁଥିବା ଲୋକ ଓ ଅନ୍ୟମାନଙ୍କ ଭେରିଫିକେସନ କରାଯାଉଛି । ସେପଟେ ସାଧାରଣତନ୍ତ୍ର ଦିବସ ପାଇଁ ଜାମ୍ମୁ-କାଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚେକ୍‌ ପୋଷ୍ଟ ଚେକିଂ କଡ଼ାକଡ଼ି ସହ ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଯାଞ୍ଚ କରାଯାଉଛି ।

Leave a Reply