ବିଏସଏଫ ବାବୁଙ୍କ ଘରୁ ନଗଦ ୧୪ କୋଟି ଟଙ୍କା ଜବତ

ଚଣ୍ଡିଗଡ଼: ବିଏସଏଫ ବାବୁଙ୍କ ସମ୍ପତ୍ତି ଦେଖି ପୋଲିସ ଟେରା ।  ନଗଦ ୧୪ କୋଟି ଟଙ୍କା, କୋଟିଏ ଟଙ୍କାର ସୁନାଗହଣା, ସାତଟି ବିଳାଶପୂର୍ଣ୍ଣ କାର୍ ଜବତ । ଗିରଫ ବାବୁଜଣକ ହେଲେ ହରିଆଣା ମାନେସରରେ ଅବସ୍ଥାପିତ ସୀମା ସୁରକ୍ଷା ବଳର ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ଯାଦବ । ସେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଲୋକଙ୍କଠାରୁ ୧୨୫ କୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।

ତେବେ ସେ ନିଜକୁ ଜଣେ ବରିଷ୍ଠ ଆଇପିଏସ ଅଫିସର ବୋଲି ପରିଚୟ ଦେଇ ସେ ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରୁଥିଲେ । ଏହି ଘଟଣାରେ ତାଙ୍କ ସ୍ତ୍ରୀ, ଉଭଣୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନଏସଜି କ୍ୟାମ୍ପସରେ ବିଭିନ୍ନ ନିର୍ମାଣ କାମ କରାଇଦେବା ନାମରେ ସେ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିଲେ ଏବଂ ଏହି ଅର୍ଥ ତାଙ୍କ ଭଉଣୀଙ୍କ ନାମରେ ଖୋଲାଯାଇଥିବା ଆକାଉଣ୍ଟରେ ଜମା କରିବାକୁ କହୁଥିଲେ । ଷ୍ଟକ ମାର୍କେଟର ନିବେଶ କରି ପ୍ରବୀଣ ୬୦ ଲକ୍ଷ ଟଙ୍କା କ୍ଷତି ସହିବା ପରେ ତାଙ୍କ ମୁଣ୍ଡକୁ ଠକିବା ଉପାୟ ଆସିଥିଲା ଏବଂ ଲୋକଙ୍କୁ ଠକିବା ଲାଗି ଯୋଜନା କରିଥିଲେ ବୋଲି କହିଛନ୍ତି ଗୁରୁଗ୍ରାମ ପୋଲିସ ଏସିପି କ୍ରାଇମ – ପ୍ରୀତ ପାଲ ସିଂହ ।

କିଛି ଦିନ ତଳେ ତାଙ୍କ ବଦଳି ଅଗରତାଲାକୁ ହୋଇଥିଲା ମାତ୍ର ସେ ଚାକିରିରୁ ଇସ୍ତଫା ଦେଇଥିଲେ । ପୋଲିସ ତାଙ୍କ ନିକଟରୁ ୧୪ କୋଟି ଟଙ୍କା, କୋଟିଏ ଟଙ୍କାର ସୁନାଗହଣା, ମର୍ସିଡିଜ, ବିଏମଡବ୍ଲୁ, ଜିପ୍, ହଣ୍ଡା ସମେତ ୭ଟି ବିଳାଶପୂର୍ଣ୍ଣ କାର୍ ଜବତ କରିଛି ।

Leave a Reply