ହୃଦଘାତରେ NDTVର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁ, ସାମ୍ବାଦିକତା ଜଗତରେ ଶୋକର ଛାୟା
1 min readନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ପରଲୋକ । ହୃଦଘାତରେ NDTVର ବରିଷ୍ଠ ସାମ୍ବଦିକଙ୍କ ପରଲୋକ ଘଟିଛି । ୬୧ ବର୍ଷୀୟ ବୟସରେ ବରିଷ୍ଠ ସାମ୍ବାଦିକ କମଲ ଖାନ୍ଙ୍କର ଲକ୍ଷ୍ନୌର ବଟଲର ପ୍ୟାଲେସ କଲୋନୀରେ ମୃତ୍ୟୁବରଣ କରିଛନ୍ତି । କମଲ ଖାନ୍ ଉତ୍ତରପ୍ରଦେଶରେ NDTVର କାର୍ଯ୍ୟକାରୀ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ବିଗତ ୩ ଦଶକ ଧରି ସେ ସାମ୍ବାଦିକତା କରି ଆସୁଥିଲେ । NDTVରେ ଗତ ୨୨ ବର୍ଷ ଧରି କାର୍ଯ୍ୟ କରୁଥିଲେ କମଲ ଖାନ ।
We are all devastated by the loss of Kamal Khan, an NDTV veteran and one of the country’s best journalists. pic.twitter.com/NZSS2bQOR5
— NDTV (@ndtv) January 14, 2022
अत्यंत दुखद!
एनडीटीवी के वरिष्ठ संवाददाता जनाब कमाल खान साहब का इंतक़ाल, अपूरणीय क्षति।
दिवंगत आत्मा को शांति दे भगवान।
शोकाकुल परिजनों के प्रति गहन संवेदना।
भावभीनी श्रद्धांजलि। pic.twitter.com/vsqms7gcJb
— Samajwadi Party (@samajwadiparty) January 14, 2022
କମଲ ଖାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ଶୋକସନ୍ତପ ପରିବାରଙ୍କ ପ୍ରତି ଗଭୀର ସମବେଦନା ଦେବା ସହ ଏହା ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି ବୋଲଳି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରି ଶୋକସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।