ୟୁପିରେ ବିଜେପିକୁ ବଡ଼ ଝଟକା, ସ୍ୱାମୀ ପ୍ରସାଦଙ୍କ ପରେ ଇସ୍ତଫା ଦେଲେ ଆଉ ୩ ବିଜେପି ବିଧାୟକ
1 min readଲକ୍ଷ୍ନୌ: ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ବିଧାନସଭା ନିର୍ବାଚନ ପାଇଁ ୫ଟି ରାଜ୍ୟର ରାଜନୀତି ଏବେ ସରଗରମ ହୋଇସାରିଛି । ତେବେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଶକ୍ତ ଝଟକା । ନିର୍ବାଚନ ପୂର୍ବରୁ ମଙ୍ଗଳବାର ବିଜେପି ଛାଡିଥିଲେ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ସ୍ୱାମୀ ପ୍ରସାଦଙ୍କ ପରେ ମଙ୍ଗଳବାର ବିଜେପିର ଆଉ ୩ ବିଧାୟକ ବିଜେପି ଛାଡିଛନ୍ତି । ଏହି ତିନି ବିଧାୟକ ହେଉଛନ୍ତି ତିଲହାର ବିଧାୟକ ରୋଶନ ଲାଲ ବର୍ମା, ବିଲହୈର ବିଧାୟକ ଭଗବତ ପ୍ରସାଦ ସାଗର ଏବଂ ତିନ୍ଦଓ୍ୱାରୀ ବିଧାୟକ ବ୍ରଜେଶ ପ୍ରଜାପତି ।
I have resigned from the Yogi Cabinet keeping in mind the Govt's attitude against Dalits, backward classes, farmers, youths & traders. I will consult with my supporters and decided on joining another party. Dozens of MLAs will resign in the coming days: Swami Prasad Maurya pic.twitter.com/N8ZI0Jfy60
— ANI UP/Uttarakhand (@ANINewsUP) January 11, 2022
ମିଳିଥିବା ଖବର ଅନୁସାରେ ଏହି ତିନି ବିଧାୟକ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମର୍ଥନରେ ବିଜେପିରୁ ଇସ୍ତଫା ଦେଇଛନ୍ତି । ବିଜେପିରୁ ଇସ୍ତଫା ଦେଇ ସ୍ୱାମୀ ପ୍ରସାଦ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସ୍ୱାମୀ ପ୍ରସାଦଙ୍କ ପରେ ରୋଶନ ଲାଲ ବର୍ମା, ଭଗବତ ପ୍ରସାଦ ସାଗର ଏବଂ ବ୍ରଜେଶ ପ୍ରଜାପତି ମଧ୍ୟ ସମାଜବାଦୀ ପାର୍ଟିରେ ଯୋଗ ଦେବେ । ବିଜେପି ଛାଡିବା ପରେ ରୋଶନ ଲାଲ କହିଥିଲେ କି, ଯୋଗୀ ସରକାର ୫ ବର୍ଷ ମଧ୍ୟରେ ସେ କରିଥିବା ଅଭିଯୋଗ ଉପରେ କୌଣସି ସମାଧାନ କରିନଥିଲେ ଯାହା ଫଳରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।
आदरणीय स्वामी प्रसाद मौर्य जी ने किन कारणों से इस्तीफा दिया है मैं नहीं जानता हूँ उनसे अपील है कि बैठकर बात करें जल्दबाजी में लिये हुये फैसले अक्सर गलत साबित होते हैं
— Keshav Prasad Maurya (मोदी का परिवार) (@kpmaurya1) January 11, 2022
ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପିରୁ ଇସ୍ତଫା ଦେବା ପରେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ କରି କହିଛନ୍ତି କି ସ୍ୱାମୀ ପ୍ରସାଦ କ’ଣ ପାଇଁ ଇସ୍ତଫା ଦେଇଛନ୍ତି ତାହା ମୁଁ ଜାଣି ନାହିଁ । କିନ୍ତୁ ମୁଁ ତାଙ୍କୁ ଅନୁରୋଧ କରୁଛି କି ସେ ଆସି କଥା ହୁଅନ୍ତୁ । ଶୀଘ୍ର ଶୀଘ୍ରରେ ନେଇଥିବା ନିଷ୍ପତ୍ତି ପ୍ରାୟତଃ ଭୁଲ ସାବ୍ୟସ୍ତ ହୋଇଥାଏ ବୋଲି ଟ୍ୱିଟ କରି କହିଛନ୍ତି କେଶବ ପ୍ରସାଦ ମୌର୍ଯ୍ୟ ।