ଚିତ୍ତରଞ୍ଜନ ହତ୍ୟା ମାମଲା: ୪ ଜଣଙ୍କ ଲାଇ ଡିଟେକ୍ସନ

ଭୁବନେଶ୍ବର/ପୁରୀ: ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଲାଇଛି । ମାମଲାରେ ୪ ଜଣଙ୍କ ଚାଲିଛି ଲାଇ ଡିଟେକ୍ସନ ଟେଷ୍ଟ । ରାଜ୍ୟ ଫରେନସିକ ଲାବ୍ରୋଟୋରୀରେ ୪ ଜଣଙ୍କର ଲାଇ ଡିଟେକ୍ସନ ଚାଲିଛି । ହତ୍ୟା ଘଟଣାରେ ତଦନ୍ତର ଅଗ୍ରଗତି ପରଖିବାକୁ ଶନିବାର ପୁରୀରେ ପହଞ୍ଚି ତଦାରଖ କରିଥିଲେ  କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା । ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ସବୁ ଦିଗକୁ ନେଇ ତଦନ୍ତ କରୁଛି । ସବୁ ସାକ୍ଷୀଙ୍କ ଜେରା କରାଯାଇଛି । ସାକ୍ଷୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବା ସହ ଆବଶ୍ୟକ ପଡିଥିଲେ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ସାଇଣ୍ଟିଫିକ୍‌ ଏଭିଡେନ୍ସ ମଧ୍ୟ ସଂଗ୍ରହ କରୁଛି ।

ସେପଟେ ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ପୁରୀ ସଦର ଥାନାକୁ ଦିଆଯାଇଛି । ରିପୋର୍ଟରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏହାକୁ ଦୃଢୀଭୂତ କରିବା ପାଇଁ ରାଜ୍ୟ ଫରେନ୍‌ସିକ ଲାବରୋଟରୀକୁ ପଠାଯାଇଛି। ତେବେ ଘଟଣାର ସତ୍ୟାସତ୍ୟ ପାଇଁ ଭିସେରା ରିପୋର୍ଟ ଏବଂ ରକ୍ତ ନମୁନା ରିପୋର୍ଟକୁ ଆପେକ୍ଷା କରାଯାଇଛି । ସବୁ ରିପୋର୍ଟ ମେଳ ଖାଇଲେ ହିଁ ଚିତ୍ତ ମୃତ୍ୟ ନେଇ ସତ ଜଣାପଡିବ ।

Leave a Reply