ଜମୁଛି କୋଣାର୍କ ଫେଷ୍ଟିଭାଲ୍, ଦର୍ଶକଙ୍କୁ ମତୁଆଲା କରୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜମୁଛି କୋଣାର୍କ ଫେଷ୍ଟିଭାଲ୍। ଶୀତୁଆ ସନ୍ଧ୍ୟାକୁ ମତୁଆଲା କରୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। 32ତମ କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଆସାମର ସାତ୍ରୀୟ ନୃତ୍ୟ ଓ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଛି। ଦ୍ୱିତୀୟ ସନ୍ଧ୍ୟାରେ ଗୁଆହାଟିର ଅଭିନୟ ଡାନ୍ସ ଏକାଡେମୀ ଦର୍ଶକଙ୍କ ମନ ଜିଣିଥିଲା। ନୃତ୍ୟଗୁରୁ ଅନିତା ଶର୍ମା ଓ ସାଥି କଳାକାର ସାତ୍ରୀୟ ନୃତ୍ୟ ଶୈଳୀରେ କୃଷ୍ଣଙ୍କ ବନ୍ଦନା କରିଥିଲେ।

ଭୁବନେଶ୍ୱରର ନୁପୁର ଅନୁଷ୍ଠାନର ଗୁରୁ ନିରଞ୍ଜନ ରାଉତ ଓ ସାଥି କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ କରାଯାଇଥିଲା। ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସନ୍ଧ୍ୟାର ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ।

ତେବେ ଆଜି ତୃତୀୟ ସନ୍ଧ୍ୟାରେ କୋଲକାତାର ମୟୂର ଲଲିତ ଡାନ୍ସ ଏକାଡେମୀର ଓଡିଶୀ ଓ ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇର ଦଶୟମ ଗ୍ରୁପଙ୍କ ଦ୍ୱାରା ନୃତ୍ୟ ପରିବେଷିତ ହେବ।

Leave a Reply