ହାଜତ ମୃତ୍ୟୁ ମାମଲା: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ଜୟପୁର: ପୋଲିସ ହେପାଜତରେ ମୃତ୍ୟୁ ମାମଲା । ୪ପୋଲିସ ଅଧିକାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ରୁଜୁ କଲା ହତ୍ୟା ମାମଲା । ଜୟପୁର ଥାନାର ପୂର୍ବତନ ଆଇଆଇସି ତପନ ରଥଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ଶିବ ପ୍ରସାଦ ସାହୁ ଓ ରାଜେଶ ବଳିୟାରସିଂହଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୂର୍ବତନ ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଏଏସପି ରାମଚନ୍ଦ୍ର ଥମ୍ବ । ୨୦୧୭ରେ ଆକାଶ ମହୁରୁଆ ନାମକ ଜଣେ ଅଭିଯୁକ୍ତର ଜୟପୁର ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା ।

ସୂଚନା ଥାଉ ଯେ, ୨୦୧୭ ଜାନୁଆରୀ ୩୦ ତାରିଖ ଦିନ ପ୍ରାୟ ୨ଟାବେଳେ କେନାଲ ରୋଡରେ ଆକାଶ ଥିବା ନେଇ ଖବର ପାଇ ଟାଉନ ପୋଲିସ ପିଛା କରୁଥିଲା । ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଗାଡ଼ି ପଡ଼ିଯିବାରୁ ତାହାର ଗୋଡ଼, ପିଠି ଓ ମୁଣ୍ତରେ ଗୁରତର ଆହତ ଲାଗିଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ପ୍ରଥମେ ଜୟପୁର, ପରେ କୋରାପୁଟ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ ଘଟିଥିଲା। ଆକାଶ ମହୁରିଆ ମୃତ୍ୟୁ ମାମଲାରେ ୪ ପୁଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଓଡ଼ିଶା ମାନଧିକାର ଆୟୋଗର ଦ୍ୱାରସ୍ଥ ହୋଇଥିଲେ ପରିବାରବର୍ଗ ।

ହତ୍ୟା ଅଭିଯୋଗ ଆସିଥିବା ପୋଲିସ କର୍ମଚାରୀମାନେ ହେଲେ ତତ୍କାଳୀନ ଏସଡିପିଓ ରାଜେନ୍ଦ୍ର ସେନାପତି, ତତ୍କାଳୀନ ଟାଉନ ଥାନା ଆଇଆଇସି ତପନ ରଥ ଓ ଦୁଇ ଏସଆଇ ଶିବ ସାହୁ ଏବ˚ ରାଜେଶ ବଳିଆରସି˚ହ । ଆକାଶ ମାଆ ପ୍ରବିଣା ମହୁରିଆ ଅଭିଯୋଗ କରିଥିଲେ ଯେ ୨୦୧୭ ମସିହା ୩୦ ତାରିଖ ଦିନ ୧୨ରୁ ୧ଟା ବେଳେ ଆଇଆଇସି ତପନ ରଥ ଓ ଏସଆଇ ଶିବ ସାହୁଙ୍କ ସମେତ ୨୦ରୁ ୩୦ ପୁଲିସ କର୍ମଚାରୀ ଗାନ୍ଧି ଛକ କେନାଲ ରୋଡରେ ମିଥ୍ୟା ଅଭିଯୋଗ ଆଣି ଅତି ନିସ୍ତୁକ ଭାବେ ପିଟି ପିଟି ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଉକ୍ତ ମୃତକଙ୍କ ନାଁରେ ଜୟପୁର ଟାଉନ ଥାନାରେ ବିଭିନ୍ନ ମାମଲାରେ୧୦ଟି, ସଦରରେ ୩ଟି ଓ ବୋରିଗୁମ୍ମାରେ ଗୋଟିଏ ମାମଲା ରହିଥିବାବେଳେ ୧୦ଟି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

Leave a Reply