ଟ୍ରଲି ବ୍ୟାଗରୁ ଜବତ ହେଲା ୩ କୋଟି ୭୦ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା

ମୁମ୍ବାଇ: ଟ୍ରଲି ବ୍ୟାଗରୁ ଜବତ ହେଲା ୩ କୋଟି ୭୦ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା। ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତିୟ ବିମାନ ବନ୍ଦରରୁ ଏହି ବିପୁଳ ଅର୍ଥ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଇ ଜଣ ଯାତ୍ରୀଙ୍କ ବ୍ୟାଗରେ ଥିବା ଏକ ସ୍ବତନ୍ତ୍ର ଥଳିରେ ଏହି ବିପୁଳ ପରିମାଣର ବୈଦେଶିକ ମୁଦ୍ରା ରହିଥିଲା ।

ପରେ ସେମାନଙ୍କୁ ଗିରଫ କରିଥିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ। ଏହି ଦୁଇ ବ୍ୟକ୍ତି ସାରଜା ଯିବା ଲାଗି ଟିକେଟ କରିଥିଲେ । ସେମାନଙ୍କ ନିକଟରେ ଏହି ଅର୍ଥ ନେଇ କୌଣସି ନଥିପତ୍ର ବା ଲାଇସେନ୍ସ ନଥିଲା। ଜବତ ବୈଦେଶିକ ମୁଦ୍ରା ମଧ୍ୟରେ ଥିଲା ଆମେରିକୀୟ ଡଲାର ଓ ସାଉଦି ଦିରହାମ ।

ତେବେ ବିମାନ ବନ୍ଦରରେ ଏହି ଧରଣର ବେଆଇନ କାର୍ଯ୍ୟକଳାପ ରୋକିବା ଲାଗି ଡିଆରଆଇ ପକ୍ଷରୁ ଚାଲିଥିବା ଅପରେସନ ଚେକ୍ ସାର୍ଟସର ଡାଟା ଆନାଲିସିସ ପଦ୍ଧତିରେ ଏହି ମୁଦ୍ରା ଠାବ କରାଯାଇଥିଲା । ଶୁଳ୍କ ଆଇନ, ୧୯୬୨ର ଧାର ୧୧୦ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Leave a Reply