ଅଭିନନ୍ଦନଙ୍କୁ ବୀରଚକ୍ର,ପାକିସ୍ତାନକୁ କାହିଁକି ବାଧୁଛି ?

1 min read

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଥମାନ ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି । ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକରେ ବୀରତ୍ବ ପାଇଁ ଅଭିନନ୍ଦନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ଅଭିନନ୍ଦନଙ୍କୁ ସମ୍ମାନିତ କରିବା ପରେ ପାକିସ୍ତାନ ଏହାକୁ ନେଇ ବୟାନ ବାଜି ଆରମ୍ଭ କରିଦେଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ମାମଲାକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ମଧ୍ୟ ବୟାନ ଜାରି କରିଛି ।

୨୦୧୯ ମସିହାରେ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଅଭିନନ୍ଦନ ଏକ ଏଫ-୧୬ ଫାଇଟର ଜେଟକୁ ତାଙ୍କ ମିଗ୍-୨୧ ଫାଇଟର ଜେଟରେ ମାରି ତଳେ ପକାଇ ଦେଇଥିଲେ । କିନ୍ତୁ ଏଥିରେ ଅଭିନନ୍ଦନଙ୍କ ଫାଇଟର ଜେଟ ମିଗ୍-୨୧ ବି ପାକିସ୍ତାନ ସୀମାରେ ପଡ଼ିଥିଲା । ଯାହା ଫଳରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ କାବୁ କରିନେଇଥିଲେ । ତେବେ ବର୍ତ୍ତମାନ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହୁଛି କି ଭାରତ କେବଳ ତାଙ୍କ ଲୋକଙ୍କୁ ଖୁସି କରିବା ପାଇଁ ଏପରି କହୁଛି । ଅଭିନନ୍ଦନ ପାକିସ୍ତାନର କୌଣସି ଫାଇଟର ଜେଟକୁ ମାରି ତଳେ ପକାଇନଥିଲେ ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି କି ଭାରତୀୟ ପାଇଲଟ କୌଣସି ଏଫ-୧୬ ବିମାନକୁ ତଳେ ପକାଇନଥିଲେ । କେବଳ ଭାରତୀୟ ଲୋକଙ୍କୁ ଖୁସି କରିବା ପାଇଁ ଏବଂ ନିଜର ଲଜ୍ୟା ଛୁପାଇବା ପାଇଁ ଏପରି ଭାରତ କହୁଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ସେମାନେ ଆହୁରି କହିଛନ୍ତି କି ଅନ୍ତରାଷ୍ଟ୍ରିୟ ବିଶେଷଜ୍ଞ ଓ ଆମେରିକା ଅଧିକାରୀ ପ୍ରଥମରୁ କହିସାରିଛନ୍ତି କି କିଛି ପାକିସ୍ତାନ ଏଫ-୧୬ ଏୟାରକ୍ରାଫ୍ଟକୁ ମାରି ତଳେ ପକାଇ ନାହାନ୍ତି । ଭାରତ ମିଥ୍ୟା ପ୍ରଚାର କରୁଛି ଯାହା ହାସ୍ୟସ୍ପଦ ଅଟେ । ଏପରି ଭାବରେ ସମ୍ମାନିତ କରି ଭାରତ ତା’ର ନିଜର ମଜାକ ବନଉଛି ବୋଲି କହିଛି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ । ଏହି ବୟାନରେ ଆହୁରି କହିଛନ୍ତି କି ୨୭ ଫେବୃଆରୀ ୨୦୧୯ରେ ପାକିସ୍ତାନ ଏୟାରଫୋର୍ସ ଭାରତର ଦୁଇଟି ଫାଇଟର ଜେଟକୁ ମାରି ତଳେ ପକାଇ ଦେଇଥିଲା । ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଥିଲା ମିଗ୍-୨୧ । ଯାହା ପିଓକେରେ ପଡ଼ିଥିଲା । ଏହି ବିମାନରେ ବସିଥିବା ପାଇଲଟ ଅଭିନନ୍ଦନ ବର୍ଧ୍ୟମାନ ପିଓକେରେ ପଡ଼ିଥିଲେ ଯାହା ଫଳରେ ତାଙ୍କୁ ପାକିସ୍ତାନ ସେନା ଧରିଥିଲେ ।

ଏହି ବୟାନରେ କୁହାଯାଇଛି କି ଭାରତର ଲଗାତର ଆକ୍ରମଣ ଆକ୍ସନ ଓ ଶତ୍ରୁତ ଥାଇ ମଧ୍ୟ ପାକିସ୍ତାନ ପାଇଲଟକୁ ଛାଡିଦେଇଥିଲେ । ଯାହା ଦର୍ଶାଉଛି ଯେ ପାକିସ୍ତାନ ତା’ର ପଡୋଶୀ ଦେଶ ସହିତ ଶାନ୍ତି ରଖିବାକୁ ଚେଷ୍ଟା କରିଥାଏ । ସେହି ଦି ଭାରତ ଶ୍ରୀନଗରରେ ତା’ର ଏମଆଇ-୧୭ ହେଲିକାପ୍ଟରକୁ ମାରି ତଳେ ପକାଇ ଦେଇଥିଲେ ବୋଲି କହିଛି ପାକିସ୍ତାନ । ଭାରତୀୟ ବାୟୁସେନାକୁ ପାକିସ୍ତାନ ମାତ୍ ଦେଇଥିଲା ବୋଲି କହିଛି ପାକିସ୍ତାନ ।

ତେବେ ପାକିସ୍ତାନ ଯାହା କହୁ ନା କାହିଁ ଅଭିନନ୍ଦନ ଓ ଭାରତୀୟ ସେନାର ପରିକ୍ରମାକୁ ସମସ୍ତେ ମନେ ରଖିବେ । ପାକିସ୍ତାନ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ଏତେ ଭୟ ଥିଲା ଯେ ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନଙ୍କୁ ପାକିସ୍ତାନ ଛାଡିଦେଇଥିଲା । ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ନିଜେ ସଂସଦରେ କହିଥିଲେ କି ଭାରତର ସର୍ଜିକାଲ ଷ୍ଟ୍ରାଇକ ଭୟରେ ପାକିସ୍ତାନ ଅଭିନନ୍ଦନ ବର୍ଥମାନଙ୍କୁ ଛାଡିଦେଇଥିଲେ ।

Leave a Reply