ମୋଦିଙ୍କୁ ଚିଠି ଲେଖିଲେ ବରୁଣ; କହିଲେ, ମୃତ କୃଷକଙ୍କ ପରିବାର ପିଛା କୋଟିଏ ଟଙ୍କା ଲେଖାଏଁ ଦିଅ
1 min readନୂଆଦିଲ୍ଲୀ: ଶୁକ୍ରବାର ଭାରତ ପାଇଁ ଥିଲା ଏକ ବଡ଼ ଦିନ । ଦୀର୍ଘ ଦିନ ଧରି କୃଷି ଆଇନିକୁ ବିରୋଧ କରି ଚାଷୀ ସଂଗଠନମାନେ ଆନ୍ଦୋଳନ ଜାରୀ ରଖିଥିଲେ । ଏହି ଆନ୍ଦୋଳନରେ ପ୍ରାୟ ୭୦୦ରୁ ଅଧିକ ଚାଷୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି କୃଷି ଆଇନିକୁ ପ୍ରତ୍ୟାହାର କରିବା ପାଇଁ ଗତକାଲି ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଏହି ଆଇନି ପ୍ରତ୍ୟାହାର କରାଯିବ ବୋଲି କହିଥିଲେ ମୋଦି । ତେବେ ମୋଦିଙ୍କ ଏହି ବୟାନ ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇସାରିଛି । ତେବେ ଅନ୍ୟଦଳରୁ କୃଷି ଆନ୍ଦୋଳନକୁ ନେଇ ଅନ୍ୟ ଦଳରୁ ବିରୋଧର ସ୍ବର ଉଠୁଥିଲା । କିନ୍ତୁ ଏବେ ଚାଷୀ ଆନ୍ଦୋଳନ ଓ ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଅନ୍ୟ ଦଳରୁ ବିରୋଧର ସ୍ବର ଉଠୁଥିଲା କିନ୍ତୁ ଏବେ ନିଜ ଦଳରୁ ଉଠିଛି ବିରୋଧର ସ୍ବର ।
I welcome the announcement of the withdrawal of the 3 #FarmLaws. It is my humble request that the demand for a law on MSP & other issues must also be decided upon immediately, so our farmers can return home after ending their agitation.
My letter to the Hon’ble Prime Minister: pic.twitter.com/6eh3C6Kwsz
— Varun Gandhi (@varungandhi80) November 20, 2021
ବରୁଣ ଗାନ୍ଧୀ ଆଜି ମୋଦିଙ୍କୁ ଲେଖିଥିବା ଏହି ଚିଠିରେ ତିନୋଟି ଘଟଣାକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି କି କୃଷି ଆଇନି ପ୍ରତ୍ୟାହାର ନିଷ୍ପତି ଯଦି ପୂର୍ବରୁ ନିଆଯାଇଥାନ୍ତା ତେବେ ଏହି ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀ ମୃତ୍ୟୁ ବରଣ କରିନଥାନ୍ତେ । ଆଉ ଏବେ ଯେଉଁ ୭୦୦ରୁ ଅଧିକ ଚାଷୀ ଦେଶର ବିଭିନ୍ନ ପ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାରକୁ ଏକ କୋଟି ଲେଖାଏଁ ସହାୟତା ରାଶି ପ୍ରଦାନ କରନ୍ତୁ ।
ଏହା ବ୍ୟତୀତ ବରୁଣ ଆହୁରି ଲେଖିଛନ୍ତି କି ତୁରନ୍ତ ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କାହିଁକି ନା ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କାର କିଛି ଚାଷୀଙ୍କ ଉପରେ ଚଢ଼ାଇ ଦେଇଥିଲେ । ତେଣୁ ଏହି ମାମଲାରେ ତୁରନ୍ତୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବରୁଣ ଗାନ୍ଧୀ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି କୃଷକ ମାନଙ୍କ ପାଇଁ ଏମଏସପିର ଏକ ସ୍ବତନ୍ତ୍ର ଆଇନି ଆଣନ୍ତୁ । କାହିଁକି ନା ଆମ ଦେଶରେ ପ୍ରାୟ ୮୫ ପ୍ରତିଶତ କ୍ଷୁଦ୍ର ଚାଷୀ । ତେଣୁ ସେମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏମଏସପି ଉପରେ ଏକ ଆଇନି ଆଣିବା ନିହାତି ଦରକାର । ଏହି ଦାବି ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଶେଷ ହେବ ନାହିଁ । ଆଉ ଯଦି ଏମଏସପି ଆଇନି ଲାଗୁ କରାଯାଏ ନାହିଁ ତେବେ କୃଷକମାନେ ଅସନ୍ତୁଷ୍ଟ ରହିବେ। ତେଣୁ କୃଷି ମୂଲ୍ୟ ଆୟୋଗର C2=50% ଆଧାରରେ ଏମଏସପି ଆସିବା ଦରକାର ବୋଲି କହିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।
ଏକଦା ବିଜେପିର ବରିଷ୍ଠ ସାଂସଦ ଥିବା ବରୁଣ ଗାନ୍ଧୀ ଏବେ ଏକ ପ୍ରକାର କଣଠେସା ହୋଇ ବିଜେପିରେ ରହିଛନ୍ତି । ତାଙ୍କୁ କୌଣସି ମନ୍ତ୍ରୀ ପଦ ମିଳିନଥିବା ବେଳେ ବିଜେପି କୋର କମିଟିରୁ ମଧ୍ୟ ବରୁଣ ଗାନ୍ଧୀଙ୍କୁ ହଟାଇ ଦିଆଯାଇଛି । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ଘଟଣାରେ ବରୁଣ ଗାନ୍ଧୀ ବିଜେପି ବିରୋଧରେ ସ୍ବର ଉଠାଇ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇଛନ୍ତି ।