spot_img

Latest Posts

ଭୁବନେଶ୍ୱରରେ ମାତିଛନ୍ତି ଦୁର୍ବୃତ୍ତ, ସୁରାକ ପାଇବା ପରେ ଟାଉନ ଟାଇଗର ଗ୍ୟାଙ୍ଗ ପଛରେ ପୋଲିସ୍‌

ଭୁବନେଶ୍ୱର: କେବିଏନ ଗ୍ୟାଙ୍ଗର ଭିଡିଓ ଭାଇରାଲ ମାମଲା। ପୋଲିସକୁ ମିଳିଲା ଟାଉନ ଟାଇଗରର ସୁରାକ। କେବିଏନ ଗ୍ୟାଙ୍ଗର କିଛି ଯୁବକ ଟାଉନ ଟାଇଗର ନାମରେ ଏକ ଗ୍ରୁପ୍‌ ତିଆରି କରିଥିଲେ। ଦାଦାବଟି ଓ ଦାଦାଗିରି କରି ପତିଆରା ଜାହିର କରିବା ଗ୍ୟାଙ୍ଗର ମୁଖ୍ୟ ଲକ୍ଷ୍ୟ ଥିଲା। ଟାଉନ ଟାଇଗର ନାମରେ ସ୍ପେଶାଲ ଗ୍ରୁପ ତିଆରି ହୋଇଥଲା। ସନିଆ ଓରଫ ସନାତନ ଥିଲା ଏହି ଟାଉନ୍‌ ଟାଇଗର ଗ୍ରୁପର ଆଡମିନ୍‌।

 

ତେବେ ପୋଲିସର ଆକ୍ସନ ପରେ ଗ୍ରୁପରୁ ଅନେକ ଯୁବକ ଭୟରେ ଲେଫ୍ଟ ହୋଇଯାଇଛନ୍ତି। ସେପଟେ ଲେଫ୍ଟ ହୋଇଥିବା ଯୁବକଙ୍କୁ ପୋଲିସ  ଖୋଜୁଛି। ୨୯ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ସେପଟେ କେବିଏନ୍‌ ଗ୍ୟାଙ୍ଗର ୫ଜଣ ଅଭିଯୁକ୍ତଙ୍କ ୨ଦିନିଆ ରିମାଣ୍ଡ ଅବଧି ସରିଛି। ଯଦି ଦେଖିବା ଗ୍ୟାଙ୍ଗର ଯୁବକ ମାନେ ରିମାଣ୍ଡରେ ଯାଇଥିବା ବେଳେ ସେମାନଙ୍କ ଘରୁ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିବା ଖଣ୍ଡା ଓ ଖେଳଣା ବନ୍ଧୁକ ଜବତ ହୋଇଥିଲା। ୫ ଅଭିଯୁକ୍ତଙ୍କୁ ଜେରା ସମୟରେ ଭିଡିଓ ସମ୍ବନ୍ଧୀୟ ଅନେକ ତଥ୍ୟ ଉଗାରିଛି ପୋଲିସ। ସେପଟେ ଏବେବି ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ସହ ୨୦ଜଣ  ଫେରାର ଅଛନ୍ତି।

Latest Posts

Don't Miss