ଗୁରୁତର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ; ୩୮୨ରେ ପହଞ୍ଚିଲା AQI
1 min readନୂଆଦିଲ୍ଲୀ: ବାୟୁ ପ୍ରଦୂଷଣରେ ଅଣ ନିଶ୍ୱାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ଆଜି ବି ରାଷ୍ଟ୍ରୀୟ ରାଜଧାନୀର ବାୟୁ ଗୁଣାବତ୍ତା ଅତି ଖରାପ ଥିବା ରେକର୍ଡ ହୋଇଛି । ଆଜି ସକାଳୁ ଦିଲ୍ଲୀର ଏୟାର କ୍ୱାଲିଟି ୩୮୨ ରେକର୍ଡ ହୋଇଛି ।
ଦିଲ୍ଲୀ ୟୁନିଭର୍ସିଟିର ନର୍ଥ କ୍ୟାମ୍ପସରେ ଏୟାର କ୍ୱାଲିଟି ୪୪୧ ରେକର୍ଡ ହୋଇଥିବା ବେଳେ ପୁସା ରୋଡରେ AQI ୩୭୯, ମଥୁରା ରୋଡରେ ୪୨୨, ଲୋଧିରୋଡ୍ ଓ ଆଇଆଇଟି ଦିଲ୍ଲୀରେ AQI ୩୬୭ ରେକର୍ଡ ହୋଇଛି । ତେବେ ପବନର ବେଗ ସାମାନ୍ୟ ବଢ଼ିଥିବାରୁ ପ୍ରଦୂଷଣ ମାତ୍ରା ଗତ ଦୁଇ ଦିନ ତୁଳନାରେ ସାମାନ୍ୟ କମ୍ ହୋଇଛି ।
Delhi continues to witness 'very poor' air quality for the second day with Air Quality Index (AQI) standing at 382: System of Air Quality & Weather Forecasting & Research (SAFAR)
Visuals from Panchsheel Marg, New Delhi pic.twitter.com/59V1Sg0UUA
— ANI (@ANI) November 10, 2021
ସେପଟେ ପ୍ରଦୂଷଣ ଯୋଦଗୁ ଆଜି ବି ଯମୁନା ନଦୀରେ ଧଳା ଧଳା କେମିକାଲ ଭାସୁଥିବା ଦେଖାଯାଇଛି । ଛଟ୍ ପୂଜା ଯୋଗୁ ଲୋକମାନେ ଯମୁନାରେ ସ୍ନାନ କରୁଥିବାରୁ ପାଣିରୁ କେମିକାଲ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।