ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ ଅଭିଯୋଗ: ନୃତ୍ୟ ଶିକ୍ଷକଙ୍କ ଠାରୁ ଅଣ୍ଡର ଟେକିଂ ଲେଖି ଛାଡ଼ିଦେଲା ପୋଲିସ

1 min read

ଭୁବନେଶ୍ୱର: ରାଜଧାନୀରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ୧୩ ବର୍ଷର ନାବାଳିକା ଝିଅ ସ୍କୁଲକୁ ଯିବା ବାଟରେ ଦୁର୍ବୃତ୍ତମାନେ ଉଠାଇ ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଘଟଣାଟି କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ଅଞ୍ଚଳରେ ଘଟିଛି । ଗତ ୨୭ ତାରିଖ ଦିନ ୟୁନିଟ ୬ ବାଳିକା ହାଇସ୍କୁଲକୁ ଯାଇ ନାବାଳିକା ଜଣଙ୍କ ଆଉ ଘରକୁ ଫେରିନାହାନ୍ତି । ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୟୁନିଟ ୬ରେ ରହୁଥିବା ଜଣେ ନୃତ୍ୟ ଶିକ୍ଷକ ନାବାଳିକା ଜଣଙ୍କୁ କେଉଁଆଡ଼େ ନେଇଯାଇଛନ୍ତି । ଅଭିଯୋଗ ପରେ ପୋଲିସ ନୃତ୍ୟ ଶିକ୍ଷକ ଜଣଙ୍କୁ ଅଟକ ରଖିଥିଲେ ମଧ୍ୟ ଅଣ୍ଡରଟେକିଂ ଲେଖି ଛାଡ଼ି ଦେଇଛି। ଏଣୁ ଝିଅ ନ ମିଳିଲେ ଆଜି ପୋଲିସ କମିଶନରଙ୍କ ଦ୍ୱାରସ୍ତ ହେବାକୁ କହିଛନ୍ତି ପରିବାରବର୍ଗ ।

ଗତକିଛି ଦିନ ହେବ ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ଦିନକୁ ଦିନ ଅପରାଧୀକ ଗତିବିଧି ବଢ଼ିଚାଲିଛି । ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି ।ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଘଟିଛି ଜଘନ୍ୟ କାଣ୍ଡ  । ମହିଳା ବେଶରେ ଆସି ମରଣାନ୍ତକ ଆକ୍ରମଣ କରିଛନ୍ତି ଯୁବକ । ଘରେ ପଶି ଛୁରାମାଡ଼ କରିଛନ୍ତି ଜଣେ ଯୁବକ । ଏଥିରେ ୩ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଜଣେ ମହିଳା, ଜଣେ ଯୁବତୀ ଓ ଜଣେ ଯୁବକ ଆହତ ହୋଇଛନ୍ତି । ତିନି ଜଣଙ୍କୁ ଉଦ୍ଧାର କରି  କ୍ୟାପିଟାଲ୍‌ ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ମହିଳା ବେଶରେ ଆସି ମାଆ-ଝିଅକୁ ମରଣାନ୍ତକ ଆକ୍ରମଣ କଲେ ଯୁବକ

ଏଥିସହିତ ପଢ଼ନ୍ତୁ: ରାଜସ୍ୱ ନିରୀକ୍ଷକ ମନୋଜ ପରିଡ଼ା କାର୍ଯ୍ୟରୁ ନିଲମ୍ୱିତ: ବିଜେପି ରାଲିରେ ସାମିଲ ହୋଇଥିଲେ

Leave a Reply