ଧଳା ଜହର କବଳରେ ରାଜଧାନୀ ଭୁବନେଶ୍ୱର, ଜବତ ହେଲା ୧୦୦ ଗ୍ରାମ୍‌ ବ୍ରାଉନସୁଗର

ଭୁବନେଶ୍ୱର: କରୋନା କାଳରେ ବଢ଼ି ଚାଲିଛି ନିଶାଖୋର ମାଫିଆଙ୍କ ରାଜ। ପୋଲିସ୍‌ କୁ ଚ୍ୟାଲେଞ୍ଜ ଦେଉଛନ୍ତି ଧଳା ଜହର ବେପାରୀ। ଗିରଫ ପରେ ମଧ୍ୟ ସୁଧୁରୁ ନାହାଁନ୍ତି। ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନସୁଗର। ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚନ୍ଦ୍ରଶେଖର ପୁର ସ୍ଥିତ ପଣ୍ଡା ପାର୍କ ବସ୍ତିରୁ ଶହେ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। କୌଣସି ସୂତ୍ରରୁ ପୋଲିସ୍‌ ଖବର ପାଇ ଚଢ଼ାଉ କରିଥିଲା। ବସ୍ତିରେ ପାଉଡର ବିକୁଥିବା ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ତେବେ ସେମାନେ କେଉଁଠାରୁ ବ୍ରାଉନସୁଗର ଆଣୁଥିଲେ ସେ ନେଇ ଅଧିକ ତଦନ୍ତ ଚଳାଇଛି ଭୁବନେଶ୍ୱର ଅବକାରୀ ବିଭାଗ। ୨୦୨୦ରୁ ଆଜି ଯାଏଁ ନିଶା ବେପାର ବିରୋଧରେ ଦୃଢ଼ ଆକ୍ସନ ନେଇଛି ସ୍ପେଶାଲ ଟାସ୍କଫୋର୍ସ। ବର୍ତ୍ତମାନ ସୁଦ୍ଧା ୪୧କେଜି ରୁ ଅଧିକ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଆଗକୁ ଏହି ଡ୍ରାଇଭ ଆହୁରି ବ୍ୟାପକ କରାଯିବ ବୋଲି ଏସ୍ ଟିଏଫ ପକ୍ଷରୁ ସୂଚନା ମିଳିଛି।

Leave a Reply