ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ବିଦାଦି ନିକଟ ଏକ ଘରୋଇ ଭିଲ୍ଲାରୁ ଜଣେ ୩୫ ବର୍ଷିୟ ଇରାନ ନାଗରିକଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ହାଇଡ୍ରୋପୋନିକ୍ ମଡେଲ ବ୍ୟବହାର କରି ଭାଙ୍ଗ ପ୍ରସ୍ତୁତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜଣକ ଜବାଦ ରୋଷ୍ଟାମପୁର ବୋଲି ଜଣାପଡିଛି।
ସେ ୨୦୧୦ ମସିହାରେ ପଢିବା ପାଇଁ ବେଙ୍ଗାଲୁରୁକୁ ଆସିଥିଲେ। ଜବାଦ ବେଙ୍ଗାଲୁରୁର କଲ୍ୟାଣ ନଗର ସ୍ଥିତ ଏକ ଘରୋଇ କଲେଜରୁ ଏମବିଏ ଶେଷ କରିବା ସହ କମ୍ମନହଲିରେ ଏକ ଘରେ ରହୁଥିଲା। ଯାହା ପରେ ସେ ଭଗବାନ ଶିବ ଓ ଭାଙ୍ଗ ଦ୍ୱାରା ଅଧିକ ଆକୃଷ୍ଟ ହୋଇପଡିଥିଲା । ପ୍ରାୟ ତିନି ବର୍ଷ ପୂର୍ବେ ସେ ଡ୍ରଗ୍ସ ବ୍ୟବହାର କରିବା ଆରମ୍ଭ କରିବା ସହ ଧିରେଧିରେ ତା’ ସାଙ୍ଗମାନଙ୍କୁ ମଧ୍ୟ ଯୋଗାଇବା ଆରମ୍ଭ କରିଥିଲା ।
ଭାଙ୍ଗ ତିଆରି ପାଇଁ ଅନଲାଇନ୍ ରିସର୍ଚ୍ଚ କରୁଥିଲା
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜବାଦ ଗଞ୍ଜେଇ ଓ ଭାଙ୍ଗ ତିଆରି ଉପରେ ଅନେକ ପୁସ୍ତକ ପଢିବା ସହ ଅନଲାଇନ୍ ରିସର୍ଚ୍ଚ ମଧ୍ୟ କରିଥିଲା । ଲକଡାଉନ୍ ସମୟରେ ଘରେ ଗଞ୍ଜେଇ ଓ ପୁଦିନା ଉତ୍ପାଦନ କରିବାକୁ ନିଷ୍ପତ୍ତି ନେଇଥିଲା ଜବାଦ। ଏହାସହ ହାଇଡ୍ରୋପୋନିକ୍ ମଡେଲ୍ ସ୍ଥାପନ କରିବା ସହ ଔଷଧ ପ୍ରକ୍ରିୟାକରଣ ପାଇଁ ଏଲଇଡି ଲାଇଟ୍, ଆବଶ୍ୟକ ରାସାୟନିକ ପଦାର୍ଥ ପାଇଁ ଅନଲାଇନ୍ ଅର୍ଡର କରିଥିଲା । ସେ ଡାର୍କ ୱେବ୍ ମାଧ୍ୟମରେ ୟୁରୋପରୁ ୬୦ ମଞ୍ଜି ମଗାଇବା ସହ ଏହାକୁ ଫିସ୍ ଟାଙ୍କିରେ ଲଗାଇଥିଲା ।
କ୍ରାଇମ ବ୍ରାଞ୍ଚର ଅଧିକାରୀ ସନ୍ଦୀପ ପାଟିଲ କହିଛନ୍ତି ଯେ ଜବାଦ ଗଛଗୁଡିକର ଭଳଭାବେ ଯତ୍ନ ନେଇଥିଲା। ତାର ସାଙ୍ଗମାନେ ହାଇଡ୍ରୋ-ଗଞ୍ଜେଇ ଗ୍ରାହକଙ୍କୁ ଯୋଗାଇ ଦେବାରେ ସାହାଯ୍ୟ କରିଥିଲେ । ସେମାନେ ଏଥିପାଇଁ ଗୋଯେ ସେଟଅପ୍ କରିବା ସହ ମୋଟ୍ ୧୩୦ ଗଛ ଲଗାଇଥିଲେ । ଆଉ ପ୍ରତି ଗ୍ରାମ ପିଛା ଏହାର ମୂଲ୍ୟ ପ୍ରାୟ ୩ ହଜାରରରୁ ୪ ହଜାର ଟଙ୍କା ରହିଥିଲା ।

