spot_img

Latest Posts

ଲଗାଣ ବର୍ଷାରେ ଉବୁଟୁବୁ ଗୁଜରାଟ, ଜନଜୀବନ ଅସ୍ତବ୍ୟସ୍ତ

ଅହମ୍ମଦାବାଦ: ଲଗାଣ ବର୍ଷାରେ ଉବୁଟୁବୁ ଗୁଜରାଟ। ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ଏକପ୍ରକାର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ନ୍ୟାସନାଲ ହାଇଓ୍ବେରେ ଚାଲିଛି ମଣିଷ ଉଚ୍ଚାରେ ବର୍ଷା ଜଳ।

ସୂଚନା ଅନୁଯାୟୀ, ଅଧିକ ପ୍ରଭାବିତ ହୋଇଛି ଜାମନଗର, ପୌରବନ୍ଦ, ରାଜକୋଟ, ଜୁନାଗଡ ଆଦି ଅଞ୍ଚଳ। ଏହି ସବୁ ଅଞ୍ଚଳରେ ପ୍ରତିବର୍ଷ କମ ବର୍ଷା ରେକର୍ଡ ହୋଇଥାଏ। କିନ୍ତୁ ଚଳିତ ଥର ସେପ୍ଟେମ୍ବର ମାସରେ ରେକର୍ଡ ବର୍ଷାରେ ବେହାଲ ହୋଇଛି ସମସ୍ତ ଅଞ୍ଚଳ । ଯେଉଁ ପଟେ ଦେଖିଲେ ପାଣି ହିଁ ପାଣି । ନ୍ୟାସନାଲ ହାଇଓ୍ବେରେ ଚାଲିଛି ମଣିଷ ଉଚ୍ଚାରେ ବର୍ଷା ଜଳ । ଫଳରେ ଜୁନାଗଡ, ପୌରବନ୍ଦର, ଗିର ସେମାନାଥ ମଧ୍ୟରେ ଯୋଗାଯୋଗ ବିଛିନ୍ନ । ସବୁ ନଦୀରେ ବି ଜଳସ୍ତର ବୃଦ୍ଧି ପାଇବାରୁ ଆତଙ୍କିତ ଅଛନ୍ତି ଲୋକେ ।

ତେବେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ଏକର ଏକର ଫସଲ ନଷ୍ଟ ହୋଇଛି। ଜୁନାଗଡର କିଶୋର, ଭୂଷାଣ ଭଳି ଅନେକ ସହର ଏବେ ଜଳବନ୍ଦୀ। ଗୁଜୁରାଟର ରାଜକୋଟରେ ବି ବର୍ଷା ସୃଷ୍ଟି କରିଛି ଭୟଙ୍କର ପରିସ୍ଥିତି । ବିଭିନ୍ନ ଅଞ୍ଚଳରେ ଘର ବୁଡିଛି । ଲୋକେ ଜୀବନ ବଞ୍ଚାଇବାକୁ ପରିସ୍ଥିତି ସହ ଲଢୁଥିବା ଦେଖବାକୁ ମିଳିଛି ।

ସେହିପରି ସହରର ଅନେକ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି ରେସକ୍ୟୁ ଟିମ୍ । ଉଦ୍ଧାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Latest Posts

Don't Miss