ବିଧାନସଭାରେ ପାରିତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ, ବସ୍ତିବାସିନ୍ଦାକୁ ମିଳିବ ଘର

ଭୁବନେଶ୍ୱର: ହଟ୍ଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ୩ଟି ବିଲ । ଓଡିଶା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ସଂଶୋଧନ ବିଲ୍‌, ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ୍‌ ଓ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ ପାରିତ ହୋଇଛି । ଓଡିଶା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ସଂଶୋଧନ ବିଲ୍‌ ଦ୍ୱାରା ଯେଉଁ ମାନେ ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ 30 ବର୍ଗ ମିଟର ଜାଗା ଯୋଗାଇ ଦେବେ ସରକାର । ଯାହା କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ପାରିବେ ।

ଏହି ସଂଶୋଧନ ଆଇନ ଦ୍ୱାରା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ଓ ଗୃହ ନିର୍ମାଣ ସୁନିଶ୍ଚିତ କରାଯାଇ ପାରିବ । ସେହିପରି ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ ଦ୍ୱାରା ଗୋଟିଏ ଅନୁଷ୍ଠାନ ଅଧିନକୁ ଆସିବ ରାଜ୍ୟର ସମସ୍ତ ମେଡ଼ିକାଲ ଓ ପାରା ମେଡ଼ିକାଲ ଶିକ୍ଷାନୁଷ୍ଠାନ । ଏହି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ ଗବେଷଣା ହୋଇପାରିବ । ସେପଟେ ବାରମ୍ବାର ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Leave a Reply