ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଗୁରୁତର ରୋଗୀଙ୍କୁ ଅତିରିକ୍ତ ଡୋଜ ଭାବେ ଦିଆଯିବ ଏମ-ଆରଏନଏ ଟିକାର ୨ଟି ଡୋଜ୍
1 min readନୂଆଦିଲ୍ଲୀ: ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଗୁରୁତର ରୋଗୀଙ୍କୁ ଅତିରିକ୍ତ ଡୋଜ ଦିଆଯାଇପାରେ। ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କର୍କଟରେ ପୀଡିତ ରୋଗୀ, ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ୨ ଡୋଜ ଏମ-ଆରଏନଏ କୋଭିଡ ଟିକା ଦିଆଯିବା ନେଇ ସବୁଜ ସଂକେତ ଦେଇଛି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା ସିଡିସି। ଡେଲଟା ଭାରିଆଣ୍ଟର ପ୍ରଭାବ ବୃଦ୍ଧି ପାଉଥିବାବେଳେ ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଏହି ଟିକା ଅତିରିକ୍ତ ଦିଆଯାଇପାରେ ବୋଲି କହିଛନ୍ତି ସିଡିସିର ନିର୍ଦ୍ଦେଶକ ରାଚେଲ ଓ୍ୱାଲେନସ୍କି। ଦୁରାରୋଗରେ ପଡିଥିବା ତଥା ଜୀବନ ପ୍ରତି ବିପଦ ଥିବା ରୋଗୀଙ୍କ ଲାଗି ଏହା ସହାୟକ ହେବ ବୋଲି ସେ କହିଛନ୍ତି।
ଫାଇଜର-ବାୟୋଏନଟେକ ଓ ମଡର୍ଣ୍ଣାକୁ ତୃତୀୟ ଡୋଜ ଭାବେ ଗ୍ରହଣ କରିବା ଉଚିତ । ପ୍ରାଥମିକ ଟିକାକରଣର ୪ ସପ୍ତାହ ପରେ ଏହାକୁ ବୁଷ୍ଟର ଡୋଜ ଭାବେ ନିଆଯିବାକୁ ସେ ପରାମର୍ଶ ଦେଇଛନ୍ତି। ଆମେରିକାର ୩ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ପ୍ରତିରୋଧକ ଶକ୍ତି କମ୍ ଥାଏ। ସମ୍ପୂର୍ଣ୍ଣ ଟିକା ନେଇଥିଲେ ମଧ୍ୟ ପୁଣି କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ୪୦ରୁ ୪୪ ପ୍ରତିଶତ ରୋଗୀଙ୍କ ନିକଟରେ ପ୍ରତିରୋଧକ ଶକ୍ତି କମ୍ ଥାଏ ବୋଲି ସେ କହିଛନ୍ତି।