spot_img

Latest Posts

ପ୍ରସିଦ୍ଧ ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ “ବିଜୁବାବୁ”କୁ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର: ପ୍ରସିଦ୍ଧ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ “ବିଜୁବାବୁ” ପୁସ୍ତକକୁ ଆଜି ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜଭବନ ପରିସରରେ ରାଜ୍ୟପାଳ ବହିଟିକୁ ଉନ୍ମୋଚନ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଓ ସ୍ୱପ୍ନଦ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କିତ କିଛି ରୋଚକ ଓ ପ୍ରେରଣାଦାୟୀ ସ୍ମୃତିକୁ ଏକାଠି କରି “ବିଜୁବାବୁ” ପୁସ୍ତକ ରଚନା କରିଛନ୍ତି କବି ଓ ଗୀତିକାର ଦେବଦାସ ଛୋଟରାୟ। କଟକରୁ ଧାନବାଦ ଯାଏଁ ବ୍ୟାପ୍ତ ଏ ପୁସ୍ତକରେ ରହିଛି ୬୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କୁ ନେଇ ୪୫ଟି ଛୋଟ ସ୍ମୃତିକଥା ସହ ଚାରିଗୋଟି ବିରଳ ଫଟୋଚିତ୍ର। ଏଭଳି ବିରଳ ପୁସ୍ତକର ପ୍ରଶଂସା କରିବା ସହ ଲେଖକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ।

ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ଏ ପୁସ୍ତକ ଉଭୟ ପେପର୍‌ବ୍ୟାକ୍‌ ଓ ସୁଦୃଶ୍ୟ ବନ୍ଧେଇରେ ଉପଲବ୍ଧ ହେଉଥିବା ବେଳେ ଆମାଜନ୍‌ ମାଧ୍ୟମରେ ଆଗ୍ରହୀ ପାଠକ ଏହାକୁ କିଣିପାରିବେ ବୋଲି ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି । ପାଠକମାନେ ଏହି https://www.amazon.in/dp/8195123260   ଲିଙ୍କ୍‌ରେ ବହିଟି ପାଇପାରିବେ ।

Latest Posts

Don't Miss