spot_img

Latest Posts

ମାଟ୍ରିକ୍‌ ପରୀକ୍ଷାରେ ତୁମର କମ୍‌ ନମ୍ବର ରହିଛି ଅନ୍‌ଲାଇନ୍‌ରେ ଟଙ୍କା ପଠାଅ ପାସ୍‌ କରାଇ ଦେବୁ… ଲୁଟେରାଙ୍କ ନୂଆ ଚାଲ

ରାଉରକେଲା: ନୂଆ ନୂଆ ରାସ୍ତା ଆପଣାଉଛନ୍ତି ଅନ୍‌ଲାଇନ୍‌ ଲୁଟେରା। କେତେବେଳେ ବିଭିନ୍ନ ଲୋଭନିୟ ଅଫର ଦେଇ ଟଙ୍କା ଠକୁଛନ୍ତି ତ ପୁଣି କେତେବେଳେ ଆଧାରକାର୍ଡ ଓଟିପି ନେଇ ଟଙ୍କା ଲୁଟୁଛନ୍ତି ଅଦୃଶ୍ୟ ଠକ। ଟିକେ ଅବହେଳା କଲେ ସଙ୍ଗେ ସଙ୍ଗେ ଉଡ଼ିଯାଉଛି ହଜାର ହଜାର ଟଙ୍କା। ତେବେ ରାଉରକେଲା ଏବେ ମାତିଛନ୍ତି ଅନ୍‌ଲାଇନ୍‌ ଲୁଟେରା।

ସୁନ୍ଦରଗଡ଼ ଜିଲ୍ଲାର ମାଟ୍ରିକ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ନିକଟକୁ ଆସୁଛି ଅନ ଲାଇନ ଠକଙ୍କ ଫୋନ। ଗଣିତ, ବିଜ୍ଞାନ ଓ ଇଂରାଜୀ ରେ କମ ନମ୍ଵର ରହିଛି ତମେ ଫେଲ ହୋଇଯିବ। ୬ ହଜାର ଟଙ୍କା ଦେଲେ ମାଟ୍ରିକ ପରୀକ୍ଷାରେ ପାସ କରିବ। ସୁନ୍ଦରଗଡ଼ ଜିଲ୍ଲାର ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ଭୁବନେଶ୍ୱରରୁ ଜଣେ ଠକ ଏପରି କ‌ହି ଫୋନ କରୁଛନ୍ତି। ଅନ ଲାଇନ ଜରିଆରେ ଟଙ୍କା ଜମା କଲେ ମାଟ୍ରିକ ପରୀକ୍ଷାରେ ପାସ କରିଵା ସହ ଫାଷ୍ଟ ଡିଭିଜନରେ ପାସ କରାଇଦେଵାର ପ୍ରଲୋଭନ ମଧ୍ୟ ଦେଖାଉଛନ୍ତି। ଟଙ୍କା ତୁରନ୍ତ ଜମା କରିବା ପାଇଁ ମଧ୍ୟ କହୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ହାଇସ୍କୁଲର ମାଟ୍ରିକ ଛାତ୍ର ଛାତ୍ରୀ ଏପରି ଅଭିଯୋଗ କରିଛନ୍ତି।

ଭୁବନେଶ୍ଵର ବୋର୍ଡ ଅଫିସର କର୍ମଚାରୀ ପରିଚୟ ଦେଇ ଫୋନ କରୁଥିବା ଠକ ନିକଟରେ ଛାତ୍ର ଛାତ୍ରୀଙ୍କ ନାମ, ବାପା ଓ ମାଆଙ୍କ ନାମ ଓ ଟେଲିଫୋନ ନମ୍ବର ରହୁଛି। ତେବେ ନିର୍ଦ୍ଧିଷ୍ଟ ଭାବରେ ନାମ ଓ ଫୋନ ନମ୍ବର ଠକ କିପରି ହାସଲ କରୁଛନ୍ତି ସେନେଇ ତଦନ୍ତ କରିବା ପାଇଁ ଦାବି ହେଉଛି। ଅନ୍ୟପକ୍ଷରେ ଏପରି ଠକେଇ ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷକ ଛାତ୍ର ଛାତ୍ରୀଙ୍କ ଠାରୁ ସୁଚନା ପାଇବା ପରେ ଠକଙ୍କୁ ଟଙ୍କା ନଦେଵା ପାଇଁ କହିବା ସହ ଶିକ୍ଷା ବିଭାଗ ଓ  ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ଭୁବନେଶ୍ଵରରୁ ଫୋନ କରୁଥିବା ଠକ ନିଜର ଫୋନପେ ଗୁଗଲପେ ଓ ଆକାଉଣ୍ଟ୍ ନମ୍ଵର ଛାତ୍ର ଛାତ୍ରୀଙ୍କୁ ଦେଇଥିବାରୁ ଏହି ନମ୍ଭର ଆଧାରରେ ଠକଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ରାଉରକେଲାରୁ କ୍ୟାମେରାମ୍ୟାନ ଶଙ୍କର ରାଓଙ୍କ ସହ ଅବନୀ ରଞ୍ଜନ ମହାପାତ୍ରଙ୍କ ରିପୋର୍ଟ ନନ୍ଦିଘୋଷ ଟିଭି।

Latest Posts

Don't Miss