ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ

ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ । ଏଥିପାଇଁ ଜୋରସୋରରେ ଚାଲିଛି ମୂଲ୍ୟାୟନ । ଏହାସହ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା । ୟୁ ଟ୍ୟୁବ ମାଧ୍ୟମରେ ଦିନ ୧୦ଟା ୪୫ ରୁ ଦିନ ଗୋଟାଏଁ ପର୍ଯ୍ୟନ୍ତ ଚାଲିବ କ୍ଲାସ । ପ୍ରତିଦିନ ୪ଟି ପିରିୟଡ କରାଯିବ । ପ୍ରତି କ୍ଲାସର ବ୍ୟବଧାନ ୩୦ ମିନିଟ ରହିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ ଟି ପିରିୟଡ଼ ପାଠ ପଢାହେବ । ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପାଠପଢ଼ାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ । କରୋନା କାଳରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ତେଣୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ । ସେହିପରି ଯୁକ୍ତ୨ କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ନିଷ୍ପତ୍ତି ନେବ ।

 

 

Leave a Reply