ଭୁବନେଶ୍ୱର: ଆସନ୍ତା ଜୁନ ମାସ ୧୦ ତାରିଖରେ ଦେଖାଦେବ ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ । ସୂର୍ଯ୍ୟ ଚାରିପଟେ ପୃଥିବୀ କିମ୍ବା ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଠ କକ୍ଷ ପଥରେ ବୁଲୁଛନ୍ତି । ବେଳେବେଳେ ତିନୋଟି ପିଣ୍ଡ ଏକ ସରଳ ରେଖାରେ ରହିଥାନ୍ତି । ଯାହା ଫଳରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ପରାଗ ଘଟିଥାଏ । ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ରହିଥାଏ । ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳରେ ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ । ଫଳରେ ପରାଗ ସୃଷ୍ଟି ହୋଇଥାଏ । ଏବଂ ଏହା କେବଳ ଆମାବାସ୍ୟା ଦିନ ହିଁ ସୃଷ୍ଟି ହୋଇଥାଏ ।

ପରାଗ ସମୟୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତିକୁ ଦୃଷ୍ଟିରେ ରଖି ତିନି ପର୍କାର ପରାଗ ସୃଷ୍ଟି ହୋଇଥାଏ । ଯାହାକୁ ଆଂଶିକ, ପୂର୍ଣ୍ଣ ଓ ବଳୟ ବୋଲି କୁହାଯାଏ । ଆସନ୍ତା ଜୁନ ୧୦ ତାରିଖରେ ଏହି ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଉତ୍ତର କାନାଡ଼ା, ରୁଷିଆ ଏବଂ ଗ୍ରୀନଲ୍ୟାଣ୍ଡର କିଛି ଅଢ୍ଚଳରେ ଦୃଶ୍ୟମାନ ହେବ ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନୋଟୋରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ସେହିପରି ଭାରତୀୟ ସମୟ ପ୍ରାୟ ମଧ୍ୟାହ୍ନ ୧.୪୨ରେ ଆରମ୍ଭ ହୋଇ ସନ୍ଧ୍ୟା ୬. ୪୧ ବେଳକୁ ଶେଷ ହେବ ଓ ସର୍ବାଧିକ ଘଟିବ ପ୍ରାୟ ଅପରାହ୍ନ ୪.୧୧ ସମୟରେ । ସେହିପରି ପଠାଣି ସାମନ୍ତ ପ୍ଲାନୋଟୋରିୟମ ପକ୍ଷରୁ କୁହାଯାଇଛି କି, ସୂର୍ଯ୍ୟ ପରାଗର ଆରମ୍ଭ ଏବଂ ଶେଷ ସମୟ ବିଭିନ୍ନ ସ୍ଥାନରେ ପ୍ରାର୍ଥ୍ୟକ ରହିବ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିପାରେ ବୋଲି କହିଛନ୍ତି ଶୁଭେନ୍ଦୁ ପଟ୍ଟନାୟକ ।

Leave a Reply