ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କୁ ଘେରିଲେ ଦଳୀୟ କର୍ମୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ପଦା ପଡ଼ିବାରେ ଲାଗିଛି । ଦଳର ସାଂଗଠନିକ ବୈଠକ ନେଇ ପଶ୍ଚିମବଙ୍ଗରେ ପହଞ୍ଚିଥିବା ଦଳର ମୁଖ୍ୟ ଦିଲ୍ଲୀପ ଘୋଷଙ୍କୁ ଘେରିଥିଲେ ବୁଥ୍‌ସ୍ତରର କର୍ମକର୍ତ୍ତା । ହୁଗଳିର ଚୁଚୁରାରେ ବିଜେପି କର୍ମକର୍ତ୍ତାମାନେ ଦିଲ୍ଲୀପ ଘୋଷଙ୍କୁ ଘେରାଉ କରିଥିଲେ । ସେମାନେ ଯଥାଶୀଘ୍ର ଜିଲ୍ଲା କମିଟି ଭଙ୍ଗିବା ସହ ଜିଳ୍ଲା ଅଧ୍ୟକ୍ଷ ଗୌତମ ଚାଟାର୍ଜୀଙ୍କୁ ହଟାଇବାକୁ ଦାବି କରିଥିଲେ ।  ବିଜେପି ସମର୍ଥକଙ୍କ ବିରୋଧ ପ୍ରଦର୍ଶନ ନେଇ ଚାଟାର୍ଜୀ କହିଛନ୍ତି ଯେ, ବରିଷ୍ଠ ନେତାଙ୍କୁ ନିଜ ଅଭିଯୋଗ କରିବା ନେଇ ସମ୍ପୂର୍ଣ୍ଣ ଅଧିକାର ରହିଛି । ସେ ବୁଥ୍‌ ସ୍ତରର ନେତାଙ୍କୁ ଏହା ମଧ୍ୟ ମନେ ପକାଇଛନ୍ତି ଯେ, ଅନୁଶାସନ ନେଇ ଦଳ ମଧ୍ୟରେ କୌଣସି ସାଲିସ କରାଯିବନାହିଁ । ଅପରପକ୍ଷରେ ଏଭଳି ଗଣ୍ଡଗୋଳ ନେଇ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଦାୟୀ କରିଛି ବିଜେପି । ସେମାନେ ଭିଡ଼ ମଧ୍ୟରେ ପଶି ଗଣ୍ଡଗୋଳ କରିଥିବା ଅଭିଯୋଗ କରିଛନ୍ତି । ଟିଏମ୍‌ସି ହୁଗୁଳି ଜିଲ୍ଲା ଅଧ୍ୟକ୍ଷ ଅନ୍ୟ ଉପରେ ଅଭିଯୋଗ କରିବା ପୂର୍ବରୁ ବିଜେପି ନିଜ ଆତ୍ମସମୀକ୍ଷା କରୁ । ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟନ ନେଇ ଏବଂ ନିର୍ବାଚନ ଫଳାଫଳ ପରେ ବିଜେପିର ଅଭ୍ୟନ୍ତରୀଣ କନ୍ଦଳ କାହାକୁ ଅଛପ ନୁହଁ । ଟିଏମ୍‌ସି ହୁଗୁଳିର ଜିଲ୍ଲା ଅଧ୍ୟକ୍ଷ ଅଭିଯୋଗ ଆଣିଛନ୍ତି ଯେ, ବିଜେପି ନେତା ଏବଂ ତାଙ୍କ  ନେତୃତ୍ୱ ଏହି ଆଭ୍ୟନ୍ତରୀଣ କନ୍ଦଳ ଉପରେ ପରଦା ଢ଼ାଳିବାକୁ ରାଜନୈତିକ ହିଂସାର ମିଛ ପ୍ରଳାପ କରୁଛନ୍ତି । ସେ ରାଜନୈତିକ ହିଂସାର ଅଭିଯୋଗକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭାରତଠାରୁ ବିଷ ଆମଦାନୀ କରିବାକୁ ଚାହୁଁଛି ଅଷ୍ଟ୍ରେଲିଆ: ଜାଣନ୍ତୁ କାହିଁକି

Leave a Reply