spot_img

Latest Posts

ଆରପାରିକୁ ଚାଲିଗଲେ ‘ଶଲାବୁଢ଼ା’, ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ପରଲୋକ

ସମ୍ବଲପୁର: ଚାଲିଗଲେ ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା। ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ତାଙ୍କର ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢାର ବଦଲାରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ଅଟଳ ବିହାରୀ ପଣ୍ଡା। ଏହାସହ ସମ୍ବଲପୁରୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ବିୟୋଗ ହୋଇଛ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା ।

ଶଲା ବୁଢ଼ା’ ସିନେମା ପଶ୍ଚିମ ଓଡ଼ିଶାର ଜଣେ ଗାଉଁଲି ଜମିଦାର କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଏହି ସିନେମା । ଯାହା କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ରେକର୍ଡ କରିଛି। ଅନେକ ପୁରସ୍କାର ସାଉଁଟିଛି । ବିଶେଷ କରି ‘ଶଲା ବୁଢ଼ା’ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଟଳ ବିହାରୀ ପଣ୍ଡାଙ୍କ ନିଖୁଣ ଅଭିନୟ ଓ ଜଣେ କଳାକାରର ମିଶ୍ରିତ ଛୁଙ୍କକୁ ପ୍ରତିପାଦିତ କରିଛି। ଅଟଳ ପଣ୍ଡା ଏହି ସିନେମାରେ ଯେଉଁ ଅଭିନୟ କରିଛନ୍ତି ତାହା ତାଙ୍କୁ ଜଣେ ଆଗଧାଡ଼ିର କଳାକାରଙ୍କ ମଧ୍ୟରେ ସାମିଲ କରି ପାରିଥିଲେ। ତେବେ ପିତା  ନବେ ବର୍ଷ ବୟସରେ ଶଲା ବୁଢ଼ା କିଭଳି ବଦଲା ବା ପ୍ରତିଶୋଧ ନେଉଛି, ତାହା ଏହି ସିନେମାର କାହାଣୀ। ‘ଶଲା ବୁଢ଼ାର୍ ବଦଲା’କୁ ମିଳିଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାଉଁଟିଥିବା ଏହି ସିନେମା କେବଳ ଯେ ଜଣେ ନିଚ୍ଛକ ଗାଉଁଲି ବୁଢ଼ାର ବଦଲାକୁ ନେଇ ନିର୍ମିତ ତାହା ନୁହେଁ। ଜଣେ ନିଷ୍କପଟ, ସରଳ ହୃଦୟର ବର୍ଣ୍ଣନା ମଧ୍ୟ, ଯାହାକୁ ଫିଲ୍ମ ଆକାରରେ ବାସ୍ତବ ଦୁନିଆକୁ ଅଣାଯାଇଥିଲା ।

Latest Posts

Don't Miss