spot_img

Latest Posts

ମୃତ୍ୟୁର ୧୮ଦିନ ପରେ ଘରକୁ ଫେରି ଆସିଲେ ବୃଦ୍ଧା, ଘରେ ସରିଥିଲା ଶୁଦ୍ଧିକ୍ରିୟା

ଆନ୍ଧ୍ରପ୍ରଦେଶ: କରୋନାରେ ପ୍ରତି ଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। କରୋନା କାରଣରୁ ମୃତ୍ୟୁ ପରେ ଶବକୁ ପୁରା ସିଲ୍‌ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। କିନ୍ତୁ ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କରୋନାରେ ମୃତ୍ୟୁର ୧୮ଦିନ ପରେ ଘରକୁ ଆସିଲେ ବୃଦ୍ଧା। ଶୁଦ୍ଧିକ୍ରିୟା ସରିବା ପରଦିନ ବୃଦ୍ଧା ଘରେ ପହଞ୍ଚିବାରୁ ଆଚମ୍ବିତ ହୋଇଗଲେ ପରିବାର ଲୋକେ। ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ। କରୋନା ଆକ୍ରାନ୍ତ ବୃଦ୍ଧା ଗିରିଜାମ୍ମାଙ୍କୁ ମେ ୧୨ ତାରିଖରେ ବିଜୟଓ୍ୱାଡ଼ାସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୫ ମେ’ରେ ଗିରିଜାମ୍ମାଙ୍କ ସ୍ୱାମୀ ହସ୍ପିଟାଲ ଯାଇଥିଲେ ବି ସେଠାରେ ତାଙ୍କୁ ପାଇ ନଥିଲେ। ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିବା ହସ୍ପିଟାଲର ନର୍ସମାନେ କହିବା ସହ ପଲିଥିନରେ ବନ୍ଧା ଯାଇଥିବା ଏକ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

ତେବେ ଶବ ସତ୍କାର କରିବା ସହ ପରିବାର ପକ୍ଷରୁ ୧ଜୁନ୍‌ରେ ଏକ ଶୋକସଭାର ଆୟୋଜନ ମଧ୍ୟ କରାଯାଇଥିଲା। ହେଲେ ଏହା ପରଦିନ ଅର୍ଥାତ୍ ୨ ତାରିଖରେ ଗିରିଜାମ୍ମା ଘରକୁ ଫେରି ଆସିଥିଲେ। କରୋନରୁ ସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ କେହି ଆଣିବାକୁ ଯାଇ ନଥିବାରୁ ହସ୍ପିଟାଲ ପକ୍ଷରୁ ତାଙ୍କୁ ବାଟ ଖର୍ଚ୍ଚ ପାଇଁ ୩ହଜାର ଟଙ୍କା ଯାଇଥିଲା ବୋଲି ବୃଦ୍ଧାଜଣକ କହିଛନ୍ତି। ପରିବାର ଲୋକଙ୍କ କହିବା କଥା ଯେ, ହସ୍ପିଟାଲ ପକ୍ଷରୁ ଯେଉଁ ମୃତଦେହ ଦିଆଯାଇଥିଲା, ସେମାନେ ତାକୁ ନଖୋଲି କବର ଦେଇଦେଇଥିଲେ। ତେବେ ଏ ଯାଏଁ ହସ୍ପିଟାଲ ବିରୋଧରେ କୌଣସି ଅଭିଯୋଗ କରାଯାଇ ନଥିବା ଜଣାପଡ଼ିଛି।

Latest Posts

Don't Miss