ଗୋଟିଏ ବିଦ୍ୟାଳୟରୁ ୨୧୫ ଶିଶୁଙ୍କ ମୃତଦେହ ଉଦ୍ଧାର !

କମଲୁପ୍ସ: ଗୋଟିଏ ବିଦ୍ୟାଳୟରୁ ୨୧୫ ଶିଶୁଙ୍କ ମୃତଦେହ ଉଦ୍ଧାର । ଏହି ଶିଶୁଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ପ୍ରାୟ ତିନି ବର୍ଷ । ତେବେ ଘଟଣାଟି ହେଉଛି କାନାଡାର ଏକ ବିଦ୍ୟାଳୟର । ଏହି ବିଦ୍ୟାଳୟଟି କେବେ କାନାଡାର ସବୁଠାରୁ ବଡ ଆବାସିକ ବିଦ୍ୟାଳୟରେ ଗଣା ଯାଉଥିଲା ।  ଭୂମି ତଳର ବସ୍ତୁମାନଙ୍କ ତର୍ଜମା କରୁଥିବା ଏକ ଯନ୍ତ୍ର ରାଡାର ସାହାଯ୍ୟରେ ଏହି ମୃତଦେହ ଗୁଡ଼ିକ ମିଳିଥିବା ବ୍ରିଟିଶ କଲମ୍ବିଆର ପ୍ରଥମ ରାଷ୍ଟ୍ରର ମୁଖ୍ୟ ରୋସେନ କୈସମିର ଏକ ଖବର ପ୍ରକାଶ କରି କହିଛନ୍ତି ।

ଶୁକ୍ରବାର ଦିନ କୈସମିର କହିଛି ଯେ, ଏଠାରୁ ଆହୁରି ମଧ୍ୟ ମୃତଦେହ ମିଳିବାର ସମ୍ଭାବନା ରହିଛି । କାରଣ  ବିଦ୍ୟାଳୟ ପରିସରରେ ଅଧିକ ଅଞ୍ଚଳ ଖୋଜାଖୋଜି କଲେ ତାହ ଜଣାପଡ଼ିବ । ସେ କହିଛନ୍ତି ଯେ ଏହି ମୃତ ଶରୀର ହେଉଛି ଏକ କ୍ଷତି ଯାହା କଳ୍ପନା କରାଯାଇପାରିବ ନାହିଁ ଏବଂ କମଲୁପ୍ସ ଇଣ୍ଡିଆନ୍ ସ୍କୁଲର ଦସ୍ତାବିଜରେ ଏନେଇ କୌଣସି ଉଲ୍ଲେଖ କରାଯାଇନାହିଁ ।

ଉଲ୍ଲେଖନୀୟ ବିଷୟ ହେଉଛି, ଊନବିଂଶ ଶତାବ୍ଦୀରୁ ୧୯୭୦ ଦଶକ ମଧ୍ୟରେ ଦେଢ ଲକ୍ଷରୁ ଅଧିକ ପିଲାମାନଙ୍କୁ କାନାଡିୟ ସମାଜ ଭାଷା ସଂସ୍କୃତିକୁ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା । ଏବଂ ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯିବା ସହ ସେମାନଙ୍କୁ ମାତୃଭାଷା କହିବାକୁ ଅନୁମତି ଦିଆଯାଇନଥିଲା। ଏହିଧାରାରେ ଅନେକ ପିଲାଙ୍କୁ ମାଡ ମଧ୍ୟ ଦିଆଯାଉଥିଲା ଏବଂ ନିର୍ଯାତନା ଦିଆଯାଉଥିଲା  । ଆଉ ସେହି ସମୟରେ ପାଖାପାଖି ୬ହଜାର ପିଲାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

କାନାଡାର ଏକ ସମନ୍ୱୟ ଆୟୋଗ ପାଞ୍ଚ ବର୍ଷ ପୂର୍ବେ ଅନୁଷ୍ଠାନର ପିଲାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। କୁହାଯାଇଥିଲା ଯେ ଅତ୍ୟାଚାର ଏବଂ ଅବହେଳା ଯୋଗୁଁ ଅତି କମରେ ୩୨୦୦ ପିଲାଙ୍କର ମୃତ୍ୟୁ ହୋଇଛି। ତେବେ କୁହାଯାଇଥିଲା ଯେ ୧୯୧୫ ରୁ ୧୯୬୩ ମଧ୍ୟରେ କମଲୁପ୍ସ ସ୍କୁଲରେ ଅତି କମରେ ୫୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହାକୁ ନେଇ  ୨୦୦୮ରେ କାନାଡା ସରକାର ସଂସଦରେ କ୍ଷମା ମାଗିଥିଲେ ଏବଂ ବିଦ୍ୟାଳୟରେ ଶାରୀରିକ ତଥା ଯୌନ ଶୋଷଣକୁ ସ୍ୱୀକାର କରିଥିଲେ। ବ୍ରିଟିଶ କଲମ୍ବିଆର ଅଗ୍ରଣୀ ନେତା ଜନ୍ ହୋର୍ଗାନ୍ କହିଛନ୍ତି ଯେ ଏହି ଶବଗୁଡ଼ିକ ମିଳିବା ଅତ୍ୟନ୍ତ ‘ହୃଦୟ ବିଦାରକ’ । ତେବେ ଏହି କମଲୁପ୍ସ ସ୍କୁଲ ୧୮୯୦ ରୁ ୧୯୬୯ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲା । ଏହା ପରେ କେନ୍ଦ୍ର ସରକାର ଏହି ସ୍କୁଲକୁ ନିଜ ଅଧିନରେ ନେଇ ୧୯୭୮ରେ ବନ୍ଦ କରିଦେଇଥିଲେ ।

Leave a Reply