BCCIର ଗୁରୁତ୍ୱପୂର୍ଣ୍ଣ ବୈଠକ: ଆଇପିଏଲ୍ରେ ବିଦେଶୀ ଖେଳାଳିଙ୍କୁ ସାମିଲ ନେଇ ହେବ ଆଲୋଚନା
1 min readମୁମ୍ୱାଇ: ଆଜି ବିସିସିଆଇର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆଇପିଏଲ ଓ ଟି-୨୦ ଉପରେ ଆଲୋଚନା କରାଯିବ । ଟି-୨୦ ବିଶ୍ୱକପ୍ ଲାଗି ଭେନ୍ୟୁ ସ୍ଥିର କରିବା ଲାଗି ଆଇସିସି ସହ ଜୁନ୍-୧ରେ ବୈଠକ ବସିବ । ବର୍ତ୍ତମାନ ସ୍ଥିତିରେ ଟି-୨୦ର ଆୟୋଜନ କରିବା ସମ୍ଭବ ନୁହେଁ । ତଥାପି କିଛି ସମୟ ଦେବାକୁ ବିସିସିଆଇ ଅନୁରୋଧ କରିପାରେ ବୋଲି ଆଶା କରାଯାଉଛି । ଭାରତରେ ଏହାର ଆୟୋଜନ କରାଯାଇ ନପାରିଲେ ୟୁଏଇରେ କରାଯିବାକୁ ପୂର୍ବରୁ ବିସିସିଆଇ ଓ ଆଇସିସି ସ୍ଥିର କରିଛି । ସେହିପରି ସେପ୍ଟେମ୍ବରରେ୧୫ରୁ ଅକ୍ଟୋବର ୧୫ ଯାଏ ହେବାକୁ ଥିବା ଆଇପିଏଲ-୧୪ରୁ ଅବଶିଷ୍ଟ ୟୁଏଇରେ କରାଯିବାକୁ ନେଇ ବିସିସିଆଇ ସ୍ଥିର କରିଛି । ଏହି ଆଇପିଏଲ ମ୍ୟାଚ୍ରେ କିପରି ବିଦେଶୀ ଖେଳାଳି ଅଂଶଗ୍ରହଣ କରିବେ ଓ ଏହା କିପରି ସଠିକ ଭାବେ କାର୍ଯ୍ୟକାରୀ ହେବ ତାହା ଆଲୋଚନା କରାଯିବ ।