spot_img

Latest Posts

ଲାକ୍ଷାଦ୍ୱୀପରେ ବିଜେପିକୁ ଝଟକା, ଇସ୍ତଫା ଦେଲେ ବିଜେପି ଯୁବ ମୋର୍ଚ୍ଚାର ୮ ସଦସ୍ୟ

ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପରେ ବିଜେପିକୁ ଶକ୍ତ ଝଟକା । ଇସ୍ତଫା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚାର ୮ ଜଣ ସଦସ୍ୟ । କଂଗ୍ରେସ ନେତା ଶଶି ଥରୁର ଏକ ଚିଠି ସେୟାର କରିବା ପରେ ଏ ସମ୍ପର୍କରେ ଜଣାପଡିଛି । ଗତ କିଛିଦିନ ହେବ ଲାକ୍ଷାଦ୍ବୀପ ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ପଟେଲଙ୍କ ଦ୍ବାରା ଅଣାଯାଇଥିବା ବିବାଦୀୟ ଆଇନକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ଏହି ଆଇନକୁ ସେଠାକାର ବାସିନ୍ଦା ଓ ରାଜନେତା ବିରୋଧ କରୁଥିବା ବେଳେ କେରଳରେ ମଧ୍ୟ ଏହାକୁ ଜୋରଦାର ବିରୋଧ କରାଯାଉଛି ।

ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ପଟେଲ ତାଙ୍କ କାର୍ଯ୍ୟକାଳର ପ୍ରଥମ ପାଞ୍ଚ ମାସରେ ଏମିତି କିଛି ବିବାଦୀୟ ଆଇନ ଲାଗୁ କରିଛନ୍ତି । ଆଉ କିଛି ଡ୍ରାଫ୍ଟ ଆକାରରେ ରହିଛି, ଯାହାକୁ ବିରୋଧ କରି ସୋସିଆଲ ମିଡିଆରେ ବଡ ଧରଣର ଅଭିଯାନ ଆରମ୍ଭ ହୋଇଛି । ପ୍ରଫୁଲ୍ଲ ଖେଡା ପଟେଲଙ୍କ ଦ୍ବାରା ପ୍ରସ୍ତାବିତ ଗୋହତ୍ୟା ନିଷେଧାଦେଶ, ସାରା ଦେଶରେ ଲାକ୍ଷାଦ୍ବୀପରେ ସବୁଠାରୁ କମ୍ ଅପରାଧ ପରେ ବି କ୍ରାଇମ୍ ରେଟ୍ ସତ୍ତ୍ୱେ ଏକ ପ୍ରିଭେନସନ୍ ଡିଟେକ୍ସନ ଲ’ ଏବଂ ଲ୍ୟାଣ୍ଡ ଡେଭଲପମେଣ୍ଟ ରେଗୁଲେସନ ଭଳି କିଛି ବିବାଦୀୟ ଆଇନ ରହିଛି।

ବିରୋଧୀଙ୍କ ଆରୋପ ହେଉଛି ଗୁଜୁରାଟର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ପଟେଲ ଲାକ୍ଷାଦୀପର ମୁସଲିମ୍ ବହୁଳ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ବିଜେପିର ରାଜନୈତିକ ଏଜେଣ୍ଡାକୁ ଅନୁସରଣ କରୁଛନ୍ତି । ଏହାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପିପି ମହମ୍ମଦ ହାସିମଙ୍କ ସମେତ ଯୁବ ମୋର୍ଚ୍ଚାର ନେତା ଇସ୍ତଫା ଦେଇଛନ୍ତି । ପଟେଲ ଲାକ୍ଷାଦ୍ବୀପରେ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପଟେଲ ଆଣିଥିବା ନିୟମକୁ ମଧ୍ୟ ବିରୋଧ କରିଛନ୍ତି ବିରୋଧୀ । ଏହାକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ । ଏହାସହ ତୁରନ୍ତ ଏହି ନିଷ୍ପତ୍ତକୁ ପ୍ରତ୍ୟାହାର କରାଯିବା ସହ ତାଙ୍କୁ ପଦରୁ ହଟାଇବାକୁ ଦାବି ମଧ୍ୟ କରାଯାଇଛି ।

Latest Posts

Don't Miss