ଫାଇନାନ୍ସିଆଲ ଏକ୍ସପ୍ରେସ ସମ୍ପାଦକ ସୁନିଲ ଜୈନଙ୍କ କରୋନାରେ ପରଲୋକ
2 min readନୂଆଦିଲ୍ଲୀ: ଫାଇନାନ୍ସିଆଲ ଏକ୍ସପ୍ରେସ ମ୍ୟାନେଜିଂ ଏଡିଟର ସୁନିଲ ଜୈନଙ୍କର କରୋନା ସଂକ୍ରମଣ କାରଣରୁ ଶନିବାର ଦିନ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ସୁନିଲଙ୍କୁ ୫୮ ବର୍ଷ ହୋଇଥିଲା । ନୂଆଦିଲ୍ଲୀ ଏମ୍ସରେ ସେ ଚିକିତ୍ସିତ ହେଉଥିଲେ । ମେ’ ୩ ତାରିଖରେ ତାଙ୍କ ସ୍ଥିତି ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୁନିଲଙ୍କ ଭଉଣୀ ସଂଧ୍ୟା ଟ୍ୱିଟ୍ କରି ଏସଂପର୍କରେ ସୂଚନା ଦେଇଛନ୍ତି । ସନ୍ଧ୍ୟାଙ୍କ ଅନୁସାରେ ସୁନିଲ କରୋନାରୁ ସୁସ୍ଥ ହୋଇ ଘରେ ଥିଲେ । ତେବେ ଶନିବାର ଦିନ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ଏମ୍ସ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ଉଦ୍ୟମରୁ ସେ ଠିକ୍ ହୋଇଥିଲେ କିନ୍ତୁ ରାତି ୮.୩୦ରେ ଦ୍ୱିତୀୟ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।
You left us too soon, Sunil Jain. I will miss reading your columns and hearing your frank as well as insightful views on diverse matters. You leave behind an inspiring range of work. Journalism is poorer today, with your sad demise. Condolences to family and friends. Om Shanti.
— Narendra Modi (@narendramodi) May 15, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନିଲ ଜୈନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, ଭାରତ ଜଣେ ଉତ୍ତମ ସାମ୍ବାଦିକଙ୍କୁ ହରାଇଛି । ମୁଁ ତୁମର ନିବନ୍ଧର ଅଭାବ ଅନୁଭବ କରିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
The passing away of Sunil Jain, the Managing Editor @FinancialXpress is a big loss. Benefitted immensely from the various interactions with him. Sharp & quick, he was full of ideas. His criticism were biting, equally his suggestions constructive.Personally, will miss his counsel.
— Nirmala Sitharaman (Modi Ka Parivar) (@nsitharaman) May 15, 2021
ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସୁନିଲ ଜୈନଙ୍କ ପରଲୋକରେ ଶୋକବ୍ୟକ୍ତ କରି ଟ୍ୱିଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।