କେନ୍ଦୁଝର: କରୋନା ସଂକ୍ରମଣ ହାର କମେଇବା ପାଇଁ ଜିଲ୍ଲାପାଳ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଗୋଟିଏ ପରେ ଗୋଟିଏ ସୁସଙ୍ଗଠିତ ପଦକ୍ଷେପ ମାନ ନେଉଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ରାଙ୍କି ଠାରେ ଥିବା କୋଭିଡ ହସ୍ପିଟାଲକୁ ଯାଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ।
ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଆଲୋଚନା କରି ଉତ୍ତମ ସେବା ଦେବା ସହ ଖାଦ୍ୟର ମାନ ପରୀକ୍ଷା କରିଥିଲେ। ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ଗୁଣାତ୍ମକ ସେବା ପ୍ରଦାନ ପାଇଁ ସୁନିଶ୍ଚିତ କରିଛନ୍ତି । କେନ୍ଦୁଝର ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ମାସ୍କ ପରିଧାନ, ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି I ଆମେ ଏକାଠି ହୋଇ କରୋନାକୁ ହରାଇପାରିବା ବୋଲି ବାର୍ତା ଦେଇଛନ୍ତି । ଜିଲ୍ଲାପାଳ ଙ୍କ ଏହି ପଦକ୍ଷେପ କୁ ସାଧାରଣରେ ପ୍ରଶଂସା କରିଛନ୍ତି ।

