ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ପାଇଁ ୨୫ କୋଟି ସହାୟତା
1 min readଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଦ୍ୱିତୀୟ ପ୍ରବାହରେ ବେଶି ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା । ଏହି ସମୟରେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜଭୁତ୍ କରିବାକୁ ପ୍ରୟାସ କରୁଛନ୍ତି ସରକାର । ଏହି କ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥରୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁସାରେ ସ୍ୱାସ୍ଥ୍ୟ ଉପକରଣ କିଣି ପାରିବେ ।
The interventions may include urgent creation of Addl ICU/HDU beds,critical diagnostic equipments required for Covid specific tests, oxygen piping,Purchase of pulse oxymetres for paramedics for surveillance etc . Dists have been given full flexibility.@CMO_Odisha @IPR_Odisha
— chairmanwodc (@chairmanwodc) May 12, 2021
କୋଭିଡ୍ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ୍, ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସାମଗ୍ରୀ ସହ କରୋନା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି, ଅକ୍ସିଜେନ୍ ପାଇପ୍, ପଲ୍ସ ଅକ୍ସିମିଟର ଇତ୍ୟାଦି କିଣାଯାଇ ପାରିବ ।
Odisha’s Pandemic-mgt under the leadership of Hon CM has drawn appreciation of all.But the disease is dangerous & our battle will be prolonged. WODC resolves to strengthen the hands of the Dist admn by allocation Rs 25 crores for infra & urgent equipments @CMO_Odisha @IPR_Odisha
— chairmanwodc (@chairmanwodc) May 12, 2021
ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଜିଲ୍ଲା ପ୍ରଶାସନ ଜରୁରୀ ଅନୁଯାୟୀ କିଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କରୋନା ବିରୋଧୀ ଯୁଦ୍ଧ ଲଢ଼ୁଛି । କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସହାୟତାର ହାତ ବଢ଼ାଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।