କଟକ ସିଡିଏରେ ଟିକାକରଣରେ ବିଳମ୍ବ ଓ ଟିକା ଅନ୍ୟତ୍ର ସ୍ଥାନାନ୍ତରିତ ନେଇ ଅଭିଯୋଗ

କଟକ: ଭ୍ୟାକସିନ୍ ପାଇଁ ଭୟାବହ ସ୍ଥିତି। ସବୁଠି ହାହାକାର, ଉତ୍ତେଜନା। ଟିକା ଗାଡିକୁ ଅଟକାଇଲେ ଲୋକେ। କଟକ ସିଡିଏ ଅଞ୍ଚଳରେ ଆଜି ଟିକାକରଣରେ ବିଳମ୍ବ ଓ ଟିକା ଅନ୍ୟତ୍ର ସ୍ଥାନାନ୍ତରିତ ନେଇ ଅଭିଯୋଗ।  କଟକ ସିଡିଏ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରର ଏହି ଦୃଶ୍ୟ । ଟିକା ନେବାକୁ ଆସିଥିବା ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକ ନିରାସ ହୋଇଛନ୍ତି। ଏପରିକି ମୁଣ୍ଡୁଳି ଯାଉଥିବା ଶହେ ଡୋଜ ଟିକାକୁ ଜୋର ଜବରଦସ୍ତି ଅଟକାଇଥିଲେ ସ୍ଥାନୀୟବାସିନ୍ଦା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିବା ସହ ଟିକାକରଣ ଆରମ୍ଭ ହୋଇଥିଲା ।   ପ୍ରଥମେ ବରିଷ୍ଠ ନାଗରିକଙ୍କୁ ଦ୍ବିତୀୟ ଓ ପ୍ରଥମ ଡୋଜ ଟିକା ଦିଆ ଯାଇଥିଲା। ସ୍ଥାନୀୟ ବିଧାୟକ ମଧ୍ୟ ଆସନ୍ତାକାଲିଠାରୁ ଟିକାକରଣ ସ୍ବାଭାବିକ କରିବାକୁ ଦାବି କରିଥିଲେ।

କେବଳ ସିଡିଏ ନୁହେଁ କଟକ ର ଅଧିକାଂଶ ଟୀକା କେନ୍ଦ୍ର ରେ ଆଜି ଟୀକା ଅଭାବ ଥିବା ଲୋକମାନେ ଅଭିଯୋଗ କରିଛନ୍ତି । ତେଣୁ ଟୀକାକରଣ ର ସୁପରିଚାଳନା  ଆଗକୁ ଯେପରି ହେବ ସେ ନେଇ ଆଶା ରଖିଛନ୍ତି ସାଧାରଣ ଲୋକ ।

Leave a Reply