spot_img

Latest Posts

ଝାରପଡା ଜେଲରୁ ସ୍ଥାନାନ୍ତର ହେବେ ୮୫ ଜଣ ଅନ୍ତେବାସୀ

ଭୁବନେଶ୍ୱର: ଝାରପଡା ଜେଲରୁ ସ୍ଥାନାନ୍ତର ହେବେ ୮୫ ଜଣ ଅନ୍ତେବାସୀ । ୭ବର୍ଷରୁ ଅଧିକ ଦଣ୍ଡାଦେଶ ପାଇଥିବା କଏଦୀଙ୍କୁ ସ୍ଥାନାନ୍ତର କରାଯିବ । ବାଣପୁର ଜେଲକୁ ଏହି କଏଦୀ ମାନକୁ ପଠାଯିବ ।

ସୂଚନା ଅନୁଯାୟୀ, ଦୈନିକ ୪୦ ରୁ ଉର୍ଦ୍ଧ୍ବ ଲୋକ ବିଭିନ୍ନ ଥାନାରୁ ଗିରଫ ହୋଇ ଝାରପଡା ଜେଲ ଆସୁଥିବାରୁ ପରିସ୍ଥିତି ସାଂଘାତିକ ହୋଇଛି । ୭୪୯ କ୍ଷମତା ବିଶିଷ୍ଟ ଜେଲରେ ୧ ହଜାର ପାଖାପାଖି ଅନ୍ତେବାସୀ ରହୁଥିବାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲୁଥିବା କହିଛନ୍ତି ଜେଲ ଡିଜି ସଂନ୍ତୋଷ ଉପାଧ୍ୟାୟ ।  ରାଜ୍ୟରେ ଥିବା ଅନ୍ୟ ସମସ୍ତ ଜେଲରେ କୋଭିଡ୍ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଥିବା କଏଦୀଙ୍କ ଭିତରୁ ଯଦି କାହାର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ବାହାରେ, ତାହାଲେ ସେମାନଙ୍କ ଲାଗି ଅନ୍ୟ ଏକ ୱାର୍ଡର ବ୍ୟବସ୍ଥା ହୋଇଛି।

ସେହିପରି ଜେଲ୍‌ର ଡାକ୍ତର ସେମାନଙ୍କୁ ନିୟମିତ ଚିକିତ୍ସା କରୁଥିବା ବେଳେ ଯଦି କାହାର କରୋନା ଲକ୍ଷଣ ପ୍ରକାଶ ପାଏ, ସେମାନଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ହୋଇଛି । ପ୍ରବେଶ ପଥ ନିକଟରେ ସ୍କ୍ରିନିଂ ଓ ସାନିଟାଇଜ୍ କରାଯିବାର ବ୍ୟବସ୍ଥା ହୋଇଛି। ଶରୀରରେ ଅମ୍ଳଜାନର ପରିମାଣ କେତେ ରହିଛି, ତାହା ଜାଣିବା ଲାଗି ଅକ୍ସିମିଟର ପରୀକ୍ଷା କରାଯାଉଛି। ସାନିଟାଇଜର୍ ମାଧ୍ୟମରେ ହାତକୁ ସାନିଟାଇଜ୍ କରାଯାଉଥିବା ବେଳେ ହିଟର୍‌ରେ ଗରମ ହେଉଥିବା ଲୁଣ ସେକ ନେଇ ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି।

Latest Posts

Don't Miss