spot_img

Latest Posts

କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଦିନ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଅପରାହ୍ନ ୫ଟା ୩୦ ମିନିଟରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ବଢୁଥିବା କରୋନା ସଂକ୍ରମଣକୁ ଚେକ୍ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡାକଡି କରିବା ସହ ସଚେତନ ଅଭିଯାନ ଜାରି ରହିଛି। ତେବେ ରାଜ୍ୟରେ କିଭଳି ରହିଛି ସ୍ଥିତି। ଆଗକୁ କି ପଦକ୍ଷେପ ନିଆଯାଇପାରିବ। କ’ଣ କଲେ କରୋନାକୁ ମାତ୍ ଦିଆଯାଇ ପାରିବ ସେନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି ।

ମୁଖ୍ୟମନ୍ତ୍ରୀ ନିୟମିତ ମାସ୍କ ବ୍ୟବହାର କରିବାକୁ ଲୋକମାନଙ୍କୁ ନିବେଦନ କରୁଛନ୍ତି । ମାସ୍କ ହିଁ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ । ଏଥିରେ ସାମାନ୍ୟ ଅବହେଳା ଆମକୁ ସଂକଟରେ ପକାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାସ୍କ ହିଁ ଆମକୁ କରୋନାରୁ ସୁରକ୍ଷିତ କରିବ। ନିଜର ତଥା ନିଜ ପ୍ରିୟଜନଙ୍କ ସୁରକ୍ଷା ପାଇଁ ଏଥିରେ ହେଳା କରନ୍ତୁ ନାହିଁ। କୋଭିଡ ନିୟମ ମାନିବା ସହ ନିୟମିତ ମାସ୍କ ପିନ୍ଧି କରୋନାକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ। ଆସନ୍ତୁ, ଏହି ଲଢେଇକୁ ଦୃଢତାର ସହ ଲଢିବା ବୋଲି ଟ୍ୱିଟ୍ ଯୋଗେ ଜନତାଙ୍କୁ ନିବେଦନ କରିଥିଲେ ।

ସେହିପରି ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । କୋଦାନବଜାର, ହାଟ ଯିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ସରକାର ନିବେଦନ କରିଛନ୍ତି । ହାଟରେ ପ୍ରତି ଦୋକାନ ମଧ୍ୟରେ ଦୂରତା ରଖା ଉପରେ ଗୁରୁତ୍ୱ ଦିଆଯାଉଛି ।

ଏଥିସହ ପଢନ୍ତୁ- ନିୟମିତ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

Latest Posts

Don't Miss