ବଢୁଛି ସଂକ୍ରମଣ; ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ

ପୁରୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଜାରି କରିଛି ନୂଆ ଗାଇଡଲାଇନ। ଆସନ୍ତା କାଲି ଅର୍ଥାତ ଏପ୍ରିଲ ୪ ତାରିଖରୁ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନୂଆ ଏସଓପି ଜାରି କରିଛି । ଏଣିକି ଶ୍ରୀମନ୍ଦିରରେ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତି ନେଇଛି ପ୍ରଶାସନ।

ଏସଓପି ଅନୁଯାୟୀ ରବିବାର ଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଏହା ବାଦ ପ୍ରତିଦିନ ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଛନ୍ତି । ତେଣୁ ସଂକ୍ରମଣ ଏଡାଇବାକୁ ମନ୍ଦିର ପରିସରକୁ ସାନିଟାଇଜ କରିବାକୁ ଗୁରୁତ୍ବ ଦିଆଯାଇଛି।

ସେପଟେ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ ବନ୍ଦ ପରେ ରାତରେ ସପ୍ତାହକୁ ୨ଥର ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଥିବା ଜଣାପଡିଛି ।

Leave a Reply