ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ, ଦିନକରେ ଆଉ ୪୬୧ କରୋନା ପଜିଟିଭ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ । ଦିନକରେ ଆଉ ୪୬୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୭୨ ଜଣ ଚିହ୍ନଟ ହୋଇଥିବାବେଳ ଲୋକାଲ କେସ୍ ୧୮୯ ରହିଛି । ୨୪ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରୁ ସର୍ବାଧିକ ୮୬, ଖୋର୍ଦ୍ଧାରୁ ୬୯, ସୁନ୍ଦରଗଡ଼ରୁ ୬୨, କଳାହାଣ୍ଡିରୁ ୩୬, ବରଗଡ଼ରୁ ୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 1st April
New Positive Cases: 461
In quarantine: 272
Local contacts: 189(Details of local contacts will be shared by concerned District Administration)
District Wise Cases:
1. Angul: 27
2. Balasore: 16
3. Bargarh: 32
4. Bhadrak: 5
5. Balangir: 3— I & PR Department, Odisha (@IPR_Odisha) April 2, 2021
ସେହିପରି ବରଗଡ଼ରୁ ୩୨, ଅନୁଗୁଳରୁ ୨୭ ଓ କଟକରୁ ୨୨ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ସମ୍ବଲପୁରରୁ ୧୬ ଲେଖାଏଁ, ଷ୍ଟେଟପୁଲରୁ ୧୫, ଝାରସୁଗୁଡ଼ାରୁ ୧୩, ପୁରୀ ଓ ନବରଙ୍ଗପୁରରୁ ୯ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୮, ରାୟଗଡ଼ାରୁ ୭, ଗଞ୍ଜାମ ଓ ଭଦ୍ରକରୁ ୫ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
23. Sonepur: 4
24. Sundargarh: 62
25. State Pool: 15New recoveries: 121
Cumulative tested: 9103948
Positive: 341772
Recovered: 337212
Active cases: 2586— I & PR Department, Odisha (@IPR_Odisha) April 2, 2021
ମୟୂରଭଞ୍ଜ, କନ୍ଧମାଳ, ସୋନପୁର ଓ କୋରାପୁଟରୁ ୪ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୩, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୨ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ୩ଲକ୍ଷ ୪୧ହଜାର ୭୭୨ଥିବା ବେଲେ କରୋନାରୁ ସୁସ୍ଥ ହେଲେଣି ୩ଲକ୍ଷ ୩୭ହଜାର ୨୧୨ଜଣ । ଏଯାଏଁ କରୋନା ନେଲାଣି ୧୯୨୧ଜଣଙ୍କ ଜୀବନ । ମୋଟ ସକ୍ରିୟ ସଂକ୍ରମିତ ସଂଖ୍ୟା ୨ହଜାର ୫୮୬ ଥିବା ବେଳେ ୨୪ଘଣ୍ଟାରେ ୧୨୧ ସୁସ୍ଥ ହୋଇଛନ୍ତି । ଆଜି କେରାନାରେ କାହାର ମୃତ୍ୟୁ ହୋଇନି ।