କେବଳ ଭାରତ ନୁହେଁ ବିଦେଶରେ ବି ପାଳନ ହୁଏ ହୋଲି
ଭୁବନେଶ୍ୱର: ଆସିଯାଇଛି ରଙ୍ଗର ପର୍ବ ହୋଲି। ରାଗରୋଷ ଭୁଲି ପରସ୍ପରକୁ ଅଭିନନ୍ଦନ ଜଣାଇବାର ଏହି ଉତ୍ସବକୁ ପ୍ରତି ଭାରତୀୟ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ହୋଲି ପୁରା ଦେଶରେ ଭାତୃତ୍ୱର ପରିଚୟ ଦେଇଥାଏ। କେବଳ ଭାରତ କାହିଁକି ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ହେଉ କି ସୁଦୂର ଆମେରିକା, ଆଫ୍ରିକା ସବୁଠି ଭିନ୍ନ ଭିନ୍ନ ନାମରେ ପାଳିତ ହେଉଛି ଏହି ପର୍ବ। ଯାହାକୁ ଦେଖିଲେ ଆପଣ ବି ଭାବିବେ ଯେ ଏହା ଆଉ କିଛି ନୁହେଁ ବରଂ ଭାରତର ରଙ୍ଗର ପର୍ବ ହୋଲି ।ଆସନ୍ତୁ ଜାଣିବା କେଉଁଠି ଦେଶରେ କେଉଁ ନାଁରେ ପାଳନ ହେଉଛି ହୋଲି।
ଆଫ୍ରିକା: ଆଫ୍ରିକା ମହାଦେଶର ବହୁ ଛୋଟବଡ ଦେଶରେ ‘ଓମେନା ବୋଂଗା’ ନାମକ ପର୍ବ ପାଳନ କରାଯାଏ। ଆମ ପରମ୍ପରାରେ ହୋଲିକା ଦହନ ପରି ଏଠାରେ ଏକ ଜଙ୍ଗଲି ଦେବତାକୁ ଅଗ୍ନି ସଂଯୋଗ କରି ଲୋକେ ଜାଳିଦେଇଥାନ୍ତି। ଏହି ଦେବତାଙ୍କୁ ସେମାନେ ‘ପ୍ରିନ୍ ବୋଂଗା’ ବୋଲି ସମ୍ୱୋଧନ କରିଥାନ୍ତି। ଏହାକୁ ଜଳାଇ ଲୋକେ ଚତୁଃପାର୍ଶ୍ୱରେ ନାଚଗୀତରେ ମସଗୁଲ ହୋଇଥାନ୍ତି। ଏପରି କଲେ ଭଲ ଫସଲ ଅମଳ ବୋଲି ସେମାନଙ୍କର ବିଶ୍ୱାସ ରହିଛି।
ଶ୍ରୀଲଙ୍କା: ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟ ହୋଲି ପର୍ବ ବେଶ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଏଠାକାର ବାସିନ୍ଦା ବିଭିନ୍ନ ପ୍ରକାରର ରଙ୍ଗକୁ ପରସ୍ପରକୁ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି ଓ ଧୂମ ଧାମରେ ପାଳନ କରିଥାନ୍ତଚି ଏହି ପର୍ବ।
ପୋଲାଣ୍ଡ: ପୋଲାଣ୍ଡରେ ମଧ୍ୟ ହୋଲି ପରି ରଙ୍ଗର ଉତ୍ସବକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ପୋଲାଣ୍ଡବାସୀ ଏହାକୁ ‘ଅର୍ସିନା’ ପର୍ବ ବୋଲି କହିଥାନ୍ତି। ଏହିଦିନ ସମସ୍ତେ ପୂରୁଣା ରାଗରୋଷ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଓ ଏକାଠି ହୋଇ ନାଚି ଗାଇ ଏହି ପର୍ବ ପାଳନ କରିଥାନ୍ତି ।
ଟେକ୍ସାସ୍: ହୋଲି ଭଳି ଟେକ୍ସସ୍ରେ ବି ‘କଲରଜାମ୍’ ନାମକ ଏକ ରଙ୍ଗର ପର୍ବ ପାଳନ କରାଯାଏ। ଟେକ୍ସାସ୍ବାସୀ ଏହି ଦିନ ନାଚଗୀତରେ ମସଗୁଲ ରହିବା ସହ ରଙ୍ଗର ଭରପୁର ମଜା ନେଇଥାନ୍ତି।
ଫ୍ଲୋରିଡ଼ା: ଥରେ ଫ୍ଲୋରାଡାର ଏକ କଲେଜରେ କଲର ପାର୍ଟି ସେଲିବ୍ରେଶନ ହୋଇଥିଲା । ଏହାପରଠୁ ସମଗ୍ର ବିଶ୍ୱରେ ‘ଲାଇଫ ଇନ୍ କଲର୍’ ନାରେ କଲର ପାର୍ଟି ପାଳନ ଆରମ୍ଭ ହେଲା। ଅବଶ୍ୟ ଏହି କଲର ପାର୍ଟି ହୋଲିରୁ ହିଁ ପ୍ରେରିତ ।
ଚେକ୍ସ୍ଲୋଭାକିଆ: ଚେକ୍ସ୍ଲୋଭାକିଆରେ ‘ବଲିଆ କନୋସ୍’ ନାମକ ରଙ୍ଗର ପର୍ବ ପାଳନ ହୋଇଥାଏ। ଏହି ପର୍ବରେ ଲୋକେ ପରସ୍ପରଙ୍କୁ ରଙ୍ଗ ବୋଳିବା ସହ ନାଚଗୀତରେ ଝୁମିଥାନ୍ତି ।
ସ୍ପେନ: ଭାରତ ଭଳି ସ୍ପେନରେ ‘ହୋଲି ଗାର୍ଡେନ’ ଫେଷ୍ଟିଭାଲ ନାମରେ ରଙ୍ଗର ବର୍ବ ପାଳନ କରାଯାଏ। ଏଥିରେ ସମସ୍ତେ ପରସ୍ପରକୁ ରଙ୍ଗ ବୋଳି ଆନ୍ଦ ଉଲ୍ଲାସରେ ପର୍ବକୁ ପାଳନ୍ତି । ଏହା ବ୍ୟତୀତ ସ୍ପେନରେ ‘ଲା ଟୋମେଟିନା’ ନାମକ ଏକ ପର୍ବ ମଧ୍ଯ ପାଳନ ହୁଏ । ହେଲେ ଏଥିରେ ରଙ୍ଗ ନୁହେଁ ପରସ୍ପରକୁ ଟମାଟୋ ବୋଳିଥାନ୍ତି ।
ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାର କେପଟାଉନ୍ରେ ମଧ୍ୟ ଏହି ପର୍ବକୁ ‘ହୋଲି ବନ୍’ ନାମରେ ପାଳନ କରାଯାଏ। ଏହି ପର୍ବ ବି ଠିକ୍ ହୋଲି ଭଳି ହିଁ ରଙ୍ଗର ସହ ପାଳନ କରାଯାଏ ।