ମିଠି ନଦୀ କୂଳରେ ସଚିନ ୱାଜେଙ୍କୁ ନେଇ NIAର ସର୍ଚ୍ଚ ଅପରେସନ୍, ନମ୍ବର ପ୍ଲେଟ୍ ସହ ମିଳିଲା ହାର୍ଡଡିସ୍କ
1 min readମୁମ୍ବାଇ: ଆଣ୍ଟିଲିଆ ମାମଲାର ତଦନ୍ତ କରୁଥିବା NIA ଗିରଫ ଆଇପିଏସ୍ ଅଫିସର ସଚିନ ୱାଜେଙ୍କୁ ନେଇ ମିଠି ନଦୀରେ ଖାନତଲାସୀ କରିଛି । ନଦୀ ଗର୍ଭରୁ NIA ୨ଟି ନମ୍ବର ପ୍ଲେଟ୍ ସହ ଡିବିଆର୍ ସମେତ ଅନ୍ୟ କେତେକ ପ୍ରମାଣ ପାଇଛି । କୁହାଯାଉଛି ଡିବିଆରକୁ ନଷ୍ଟ କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିଲା । ନଦୀରୁ ୨ଟି ସିପିୟୁ ଓ ଏକ ହାର୍ଡ ଡିସ୍କ ମଧ୍ୟ ମିଳିଛି । ୨ଟି ନମ୍ବର ପ୍ଲେଟ୍ ମିଳିଥିବା ବେଳେ ଉଭୟ ପ୍ଲେଟରେ ଗୋଟିଏ ଗାଡ଼ି ନମ୍ବର ରହିଛି ।
Maharashtra: NIA takes Sachin Waze to the bridge over Mithi river in Mumbai's Bandra Kurla Complex in connection with the probe of Mansukh Hiren death case.
Divers have recovered a computer CPU, number plate of a vehicle, and other items from the river. pic.twitter.com/nIxN60tOU7
— ANI (@ANI) March 28, 2021
ଲଗାତାର ସୂଚନା ମିଳିବା ପରେ NIA ଟିମ୍ ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଥିଲା । ତଦନ୍ତକାରୀ ସଂସ୍ଥା ଅନୁଯାୟୀ ମିଳଥିବା ସମସ୍ତ ଉପକରଣ ଆଣ୍ଟିଲିଆ ଓ ମନସୁଖ ହିରେନ ମାମଲା ସହ ଜଡ଼ିତ ଅଟେ ।
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଏକ ଗାଡ଼ିରେ ଜିଲୋଟିନ୍ ଷ୍ଟିକ୍ ମିଳିବା ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ପୋଲିସ ଅଫିସର ସଚିନ ୱାଜେ ଏପ୍ରିଲ୍ ୩ ତାରିଖ ଯାଏ NIA ହେପାଜତରେ ଅଛନ୍ତି । ଏନଆଇଏ ସଚିନ ୱାଜେଙ୍କୁ ମାର୍ଚ୍ଚ ୧୩ରେ ଗିରଫ କରିଥିଲା । ଏହା ପୂର୍ବରୁ ଏନଆଇଏ ମନସୁଖଙ୍କ ମୃତଦେହ ମିଳିଥିବା ସ୍ଥାନକୁ ସଚିନ୍ ୱାଜେଙ୍କୁ ନେଇଥିଲା ।