ସାବଧାନ ! ରିସର୍ଚ୍ଚ କହୁଛି, ରାତି ୧୨ ପରେ ଶୋଉଥିବା ଲୋକଙ୍କୁ ହୃଦରୋଗ ହେବାର ସମ୍ଭାବନା

Heart Attack

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ଆପଣଙ୍କୁ ବିପଦରେ ପକାଇପାରେ । ଅନିଦ୍ରା ରହିବା ଯୋଗୁଁ ଆପଣ ସମସ୍ୟାରେ ପଡିପାରନ୍ତି । ଦିନକୁ ଦିନ ବଢୁଥିବା ହୃଦରୋଗର ହାର ପଛରେ ନିଦ୍ରାହୀନତା ମୁଖ୍ୟ କାରଣ । ହୃଦରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟରାତ୍ରି ପୂର୍ବରୁ ଶୋଇବାକୁ ପରାମର୍ଶ ଦେଲେ ଚିକିତ୍ସକ । କର୍ମକ୍ଷେତ୍ରରେ ବଢୁଛି ଚାପ । ରାତି ତମାମ ଅନିଦ୍ରା ରହି କାମ କରୁଛନ୍ତି ଯ଼ୁବାବର୍ଗ । ଛୋଟରୁ ବଡ ରାତି ସାରା ଇଣ୍ଟରନେଟରେ ବ୍ୟସ୍ତ । ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଅନିଦ୍ରା ରହିବା ଯୋଗୁଁ ବଢୁଛି ହୃଦରୋଗୀଙ୍କ ସଂଖ୍ୟା ।

ଯଦି ଆପଣଙ୍କର ବି ଏମିତି ଲାଇଫ ଷ୍ଟାଇଲ ତାହେଲେ ସଜାଗ ହୋଇଯାନ୍ତୁ । କାରଣ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ବିପଦ ମୁହଁକୁ ଠେଲିଦେବ । ରାତିସାରା ଅନିଦ୍ରା ରହିବା ଏବଂ ରାତି ୧୨ଟା ପରେ ଶୋଉଥିଲେ ଆପଣଙ୍କୁ ହୃଦରୋଗ ହେବାର ବହୁ ସମ୍ଭାବନା । ଅନିଦ୍ରା ରହିବା ଯୋଗୁଁ ରକ୍ତଚାପ ବଢିବା ସହ ହୃଦରୋଗ ବଢୁଛି । ବିଶେଷ କରି ଆଇଟି ସେକ୍ଟରରେ କାମ କରୁଥିବା ଲୋକଙ୍କ ପ୍ରତି ଏଭଳି ସମସ୍ୟା ଭୋଗିବା ବହୁ ଆଶଙ୍କା ରହିଛି ।

ଆଇସିଏମ୍‌ଆର୍‌ ରିସର୍ଚ୍ଚ ଅନୁଯାୟୀ ୨୦୧୯ରେ ୧୫ ବର୍ଷ ଠାରୁ ୪୯ ବର୍ଷ ବୟସର ଲୋକଙ୍କ ଭିତରେ ହୃଦରୋଗ ବଢୁଛି । ଏହାରି ମଧ୍ୟରେ ୧୨ରୁ ୧୩ ପ୍ରତିଶତ ଲୋକଙ୍କର ମୃତ୍ୟୁ ହେଉଥିବା ଜଣାପଡିଛି । ବର୍ତ୍ତମାନ ଅନେକ ଯୁବାବର୍ଗ ଇଣ୍ଟରନେଟରେ ରାତି ତମାମ ବ୍ୟସ୍ତ ରହୁଛନ୍ତି । ଅନେକଙ୍କର ନାଇଟ୍‌ ଡ୍ୟୁଟି । ଦୀର୍ଘ ଦିନ ଧରି ଏଭଳି ଅଭ୍ୟାସ ରହୁଥିବାରୁ ଏହା ଭବିଷ୍ୟତରେ ସମସ୍ୟା ପକାଉଥିବା ବିଶେଷଜ୍ଞ କହିଛନ୍ତି । ରାତି ଅନିଦ୍ରା ରହିବାରୁ ଉଚ୍ଚ ରକ୍ତଚାପ ହେବା ସହ ମାନସିକ ରୋଗ ହେବାର ବହୁ ସମ୍ଭାବନା ରହିଛି ।

Leave a Reply