spot_img

Latest Posts

ଏଲିଅନ୍ ହେବାର ନିଶା: ନାକ, କାନ, ଓଠ କାଟି ଚେହାରକୁ କଲେ ବିକୃତ

ଲଣ୍ଡନ: ଏଲିଅନ୍ ହେବାର ଅଜବ ନିଶା । ବ୍ରିଟେନର ଜଣେ ୩୨ ବର୍ଷୀୟ ବ୍ୟକ୍ତି ଏଲିଏନ ହେବାକୁ ନିଜର ରୂପକୁ ପୂରା ବଦଳାଇଅଦେଇଛନ୍ତି । ସେ ନିଜ ଓଠ, ନାକ, କାନକୁ କାଟି ବା ସହ ଜିଭକୁ ବି ଦୁଇଫାଳ କରିଦେଇଛନ୍ତି । ଏକ ସୁନ୍ଦର ଚେହେରାକୁ ପୂରା ବିକୃତ କରିଦେଇଛନ୍ତି ଏହି ବ୍ୟକ୍ତି । ଏସବୁ କରି ସେ ନିଜକୁ ‘ବ୍ଲାକ ଏଲିଅନ୍’ର ରୂପ ଦେଇଛନ୍ତି । ଆନ୍ଥୋନି ଲଫ୍ରେଡୋ ନାମକ ଏହି ବ୍ୟକ୍ତି, ନିଜ ଶରୀରର ଶାରା ଟାଟୁରେ ଭର୍ତ୍ତି କରିଦେଇଛନ୍ତି। ଆଖିରେ ଡୋଳାରେ ମଧ୍ୟ ସେ କିଛି ପରିବର୍ତ୍ତନ କରିଛନ୍ତି । ଏଥସହ ସେ ନିଜ ଶରୀର ଶାରା କାନ ଫୋଡ଼ିବା ଭଳି ପୋଡ଼ିଛନ୍ତି ।

ତାଙ୍କର ଏହି ଅଜବ ନିଶା ଓ ବିକୃତ ଚେହେରା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ ତାଙ୍କ ମାଆ ତାଙ୍କୁ ଏଥିପାଇଁ ସମର୍ଥନ କରୁଛନ୍ତି। ନିକଟରେ ସେ ବ୍ରିଟେନର ମାତୃ ଦିବସରେ ନିଜ ମା’ଙ୍କ ସହ ଏକ ଫଟୋ ମଧ୍ୟ ଶେଆର କରିଛନ୍ତି।  ଆଉ ଏହ ଫଟୋରେ ସେ ମାଆ କିପରି ତାଙ୍କୁ ସମର୍ଥନ କରୁଛନ୍ତି ତାହା ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଜଣେ ମାଆ କେବେ ହେଲେ ନିଜ ପିଲାକୁ ଜଜ୍ କରେନାହିଁ । ଏହି ଫଟୋଟି ଇଣ୍ଟରନେଟରେ ବେଶ୍ ଭାଇରାଲ ହେଉଛି।

ଆଗକୁ ଆନ୍ଥୋନି ନିଜ ଶରୀରୁ ଚର୍ମ ସବୁକୁ ଉତାରି ସେହି ସ୍ଥାନରେ ଅନ୍ୟ ଧାତୁ ଲଗାଇବାକୁ ଯୋଜନା କରୁଛନ୍ତି । ଏଥିସହିତ ସେ କହିଛନ୍ତି ଯେ ସେ ନିଜ କାନ୍ଧ, ଗୋଡ଼, ଆଙ୍ଗୁଳି ଏବଂ ପଛ ମୁଣ୍ଡରେ ବି କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ପୂର୍ବରୁ ତାଙ୍କର ବେଶ୍ ଆକର୍ଷଣୀୟ ଚେହେରା ଥିଲା । ହେଲେ ଏବେ ଏକ ଭୟାନକ ଚେହେରା ସହ ପାଲଟି ଯାଇଛନ୍ତି ‘ବ୍ଲାକ୍ ଏଲିଅନ୍’। ଆନ୍ଥୋନି ନିଜ ଶରୀରର ଏହି ଟ୍ରାନ୍ସଫରମେଶନ ପ୍ରକ୍ରିୟାକୁ ‘ବ୍ଲାକ୍ ଏଅୟନ୍ ପ୍ରୋଜେକ୍ଟ’ର ନାଁ ଦେଇଛନ୍ତି ।

ନିକଟରେ ସେ ଏହା  ମାନିଥିଲେ ଯେ ନାକ ଓ ଉପର ଓଠ କାଟିବା ପରେ ତାଙ୍କୁ କଥାବାର୍ଥା କରିବାରେ ସମସ୍ୟା ହେଉଛି । ହେଲେ ଏହା ସତ୍ୱେ ବି ସେ ନିଜର ଲୁକ୍ କୁ ନେଇ ଗର୍ବ କରନ୍ତି ।

ଏକଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ପିଲାଟିବେଳୁ ତାଙ୍କୁ ବଡି ଟ୍ରାନ୍ସଫରମେଶନର ବେଶ୍ ସଉକ ଥିଲା। ସେ ପ୍ରାୟ ସମୟରେ ହରର୍ କ୍ୟାରେକ୍ଟରରେ ଅଭିନୟ କରିବାକୁ ଭଲ ପାଈଇନ୍ତି । ଏମିତି କି ଏକା ଥିବାବେଳଏ ବି ସେ ନିଜେ ନିଜେ ଏକାକି ହରର୍ କ୍ୟାରେକ୍ଟର ପ୍ଲେ କରନ୍ତି  ସେ କହିଛନ୍ତି ଯେତେବେଳେ ସେ ଜଣେ ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରୁଥିଲେ, ସେତେବେଳେ ହଠାତ୍ ହୃଦୟଙ୍ଗମ କଲେ ଯେ ସେ ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ବିତାଉ ନାହାନ୍ତି।  ୨୪ ବର୍ଷ ବୟସରେ ସବୁକିଛି ବନ୍ଦ କରି ସେ ଅଷ୍ଟ୍ରେଲିଆ ପଳେଇଥିଲେ। ସେଠାରେ ସେ କ’ଣ କରିବାକୁ ଚାହୁଁଛନ୍ତି ସେ ନେଇ ଚିନ୍ତା କଲେ। ଆଉ ବ୍ଲାକ୍ ଏଲିୟନ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କଲେ।

Latest Posts

Don't Miss