spot_img

Latest Posts

୫୧୦ କୋଟିରେ ନିଲାମ ହେଲା ୭୨ ଲକ୍ଷର ମଦ ଦୋକାନ

ହନୁମାନଗଡ଼: ରାଜସ୍ଥାନରେ ଏବେ ଚାଲିଛି ମଦ ଦୋକାନ ନିଲାମି । ଏହିକ୍ରମରେ ହନୁମାନଗଡ଼ ଜିଲ୍ଲାର କୁୟାନ ଗ୍ରାମ ପାଇଁ ମଧ୍ୟ ମଦ ଦୋକାନର ନିଲାମ କରାଯାଉଥିଲା। ଏହି ଦୋକାନର ନିଲାମ ୭୨ ଲକ୍ଷରୁ ଆରମ୍ଭ ହୋଇଥିଲା । ହେଲେ ଏହା କ୍ରମାଗତ ଭାବେ ଏତେ ବଢ଼ିଚାଲିଥିଲା ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୭୨ ଲକ୍ଷରୁ ଡକାହୋଇଥିବା ଏହି ନିଲାମ ୫୧୦ କୋଟିରେ ଶେଷ ହୋଇଥିଲା । ଆପଣ ବି ଭାବୁଥିବେ ଯେ ଏହି ଦୋକାନରେ ଏମିତି କଣ ଅଛି ଯେ ଏହା ଏତେ ଟଙ୍କାରେ ବିକ୍ରି ହେଲା । ଆସନ୍ତ ଜାଣିବା ଏହାର କାରଣ ।

ବାସ୍ତବରେ ଏହି ମଦ ଦୋକାନକୁ ଦଖଲ କରିବା ପାଇଁ ଗୋଟିଏ ପରିବାରର ଦୁଇ ମହିଳାଙ୍କ ମଧ୍ୟରେ ଚାଲିଥିଲା ଜୋରସୋର୍ ଟକ୍କର। ଦୋକାନକୁ ଦଖଲ କରିବାକୁ ଉଭୟଙ୍କ ମଧ୍ୟରେ ଏମିତି ପ୍ରତିଯୋଗିତା ହୋଇଥିଲା ଯେ ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ଏହି ନିଲାମ ପ୍ରକ୍ରିୟା ରାତି ୨ଟା ସୁଦ୍ଧା ୫୧୦ କୋଟି ଟଙ୍କାରେ ଶେଷ ହୋଇଥିଲା। ସୂଚନା ମୁତାବକ ଏହି ଦୋକାନଟି ଗତ ବର୍ଷ ୬୫ ଲକ୍ଷରେ ବିକ୍ରି ହୋଇଥିଲା । ଚଳିତ ବର୍ଷ ଏହାର ନିଲାମ ୭୨ ଲକ୍ଷ ଟଙ୍କାରୁ ଡକାଯାଇଥିଲା ।

ରାତି ୨ଟାରେ ନିଲାମ ଶେଷ ହେବା ପରେ ଅବକାରୀ ବିଭାଗର ଅଧିକାରୀମାନେ ନିଜ କାମ ଆରମ୍ଭ କରିଦେଇଛନ୍ତି ।  ୫୧୦ କୋଟି ଟଙ୍କା ନିଲାମ ଡାକିଥଛିବା ମହିଳା କିରଣ କାନୱାରଙ୍କୁ ଦୁଇ ଦିନ ମଧ୍ୟରେ ଦୋକାନର ମୋଟ ମୂଲ୍ୟର ଦୁଇ ପ୍ରତିଶତ ଜମା କରିବାକୁ କୁହାଯାଇଛି। ଅବକାରୀ ଅଧିକାରୀମାନେ ଏବେ ବି ଏହି ନିଲାମ ଉପରେ ବିଶ୍ୱାସ କରିପାରୁ ନାହାଁନ୍ତି । ତେବେ ନିଲାମ ଅନୁଯାୟୀ କିରଣ କାନୱାରଙ୍କ ସପକ୍ଷରେ କର୍ତ୍ତୃପକ୍ଷ ଏକ ଆଲଟମେଣ୍ଟ ଲେଟର୍ ଜାରି କରିଛନ୍ତି। ଏଥିସହ ବିଭାଗ ଏହା ମଧ୍ୟ କହିଛି ଯେ ଯଦି ନିଲାମର ବିଜେତା ଦୋକାନ ନ ନିଅନ୍ତି, ତେବେ ତାଙ୍କୁ ଆଗକୁ ବ୍ଲାକଲିଷ୍ଟ କରିଦିଆଯିବ।

Latest Posts

Don't Miss