spot_img

Latest Posts

କାରରେ ଏବେ ୨ଟି ଏୟାରବ୍ୟାଗ୍ ରହିବା ଜରୁରୀ, ବଢିବ ଯାତ୍ରୀଙ୍କ ସୁରକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧ ତାରିଖରୁ ସମସ୍ତ ଯାତ୍ରୀବାହୀ କାରରେ ଫ୍ରଣ୍ଟ ପାସେଞ୍ଜର ଏୟାରବ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି। ଗାଡ଼ି ଚାଳକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ନିଆଯାଉଥିବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୁଣା କାରରେ ଏୟାରବ୍ୟାଗ ଫିଟ୍ କରିବା ପାଇଁ ସରକାର ୨୦୨୧ ମସିହା ଅଗଷ୍ଟ ୩୧ ପର୍ଯ୍ୟନ୍ତ କମ୍ପାନୀମାନଙ୍କୁ ସମୟ ଦେଇଛନ୍ତି।

ସୂଚନା ଅନୁଯାୟୀ, କାରରେ ଡୁଆଲ୍ ଏୟାରବ୍ୟାଗ ଲଗାଇବା ଫଳରେ ଏହାର ମୂଲ୍ୟ ୪୦୦୦-୭୦୦୦ ଟଙ୍କା ଯାଏଁ ବୃଦ୍ଧି ହୋଇପାରେ। ତେବେ ଭାରତରେ ଏପର୍ଯ୍ୟନ୍ତ କାର ଗୁଡିକରେ ଯାତ୍ରୀଙ୍କ ପାଇଁ ଫ୍ରଣ୍ଟ ପାସେଞ୍ଜର ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇ ନାହିଁ। କାର ଗୁଡିକରେ କେବଳ ଡ୍ରାଇଭର ସିଟ୍ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ ଥିଲା । ଯେଉଁଥିପାଇଁ ଅନେକ ଲକଜରୀ କାର ମଡେଲରେ କେବଳ ଡ୍ରାଇଭର ସାଇଡ ଏୟାରବ୍ୟାଗ ଯୋଗାଇ ଦିଆଯାଏ ।

କେବଳ ଗୋଟିଏ ଏୟାରବ୍ୟାଗ ରହିବା ଯୋଗୁଁ ଦୁର୍ଘଟଣା ସମୟରେ ଡ୍ରାଇଭର ସହିତ ବସିଥିବା ଫ୍ରଣ୍ଟ ପାସେଞ୍ଜରଙ୍କୁ ସୁରକ୍ଷା ମିଳିପାରିନଥାଏ । ଏଭଳି ପରିସ୍ଥିତିରେ ଦୁର୍ଘଟଣାରେ ସମ୍ପୃକ୍ତ ଯାତ୍ରୀ ଗୁରୁତର ଆହତ କିମ୍ବା ମୃତ୍ୟୁ ବରଣ କରିଥାନ୍ତି ।

ଜୁଲାଇ ୨୦୧୯ରୁ କାରରେ ଡ୍ରାଇଭର ସାଇଡ୍ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ନୂତନ ନିୟମ ଅନୁସାରେ ଫ୍ରଣ୍ଟ ପାସେଞ୍ଜର ସିଟରେ ମଧ୍ୟ ଏୟାରବ୍ୟାଗକୁ ବାଧ୍ୟତାମୂଳକ ହେବ।

Latest Posts

Don't Miss