spot_img

Latest Posts

୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଯଥାଶୀଘ୍ର ସାରିଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ମାର୍ଚ୍ଚ ମାସ। ତେବେ ଆପଣଙ୍କର ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି, ତେବେ ଏହାକୁ ତୁରନ୍ତ ସାରି ଦିଅନ୍ତୁ। କାହିଁକିନା ଆଗକୁ ୧୧ ଦିନ ବନ୍ଦ ରହିବାକୁ ଯାଉଛି ବ୍ୟାଙ୍କ୍। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚ ବ୍ୟାଙ୍କଗୁଡ଼ିକ ପାଞ୍ଚ ଦିନ ବନ୍ଦ ରହିବ। ଏହି ଦିନ ଗୁଡ଼ିକ ହେଲା ମାର୍ଚ୍ଚ ୫, ମାର୍ଚ୍ଚ ୧୧, ମାର୍ଚ୍ଚ ୨୨, ମାର୍ଚ୍ଚ ୨୯ ଏବଂ ମାର୍ଚ୍ଚ ୩୦। ଏହା ବ୍ୟତୀତ ଚାରିଟି ରବିବାର ଏବଂ ଦୁଇ ଶନିବାର ଦିନ ମଧ୍ୟ ବନ୍ଦ ରହିବ।

ଅବଶ୍ୟ, ଏହି ଛୁଟିଗୁଡ଼ିକ ସବୁ ରାଜ୍ୟରେ ପାଳନ କରାଯାଏ ନାହିଁ ଏବଂ ଏହା ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ଅନୁଯାୟୀ ଭିନ୍ନ ବି ହୋଇପାରେ। ସମଗ୍ର ଦେଶରେ ବ୍ୟାଙ୍କଗୁଡ଼ିକ ଦ୍ୱାରା କେବଳ ଗେଜେଟରେ ପ୍ରକାଶିତ ଛୁଟିଦିନ ହିଁ ପାଳନ କରାଯାଏ । ତେବେ ଏସବୁ ବ୍ୟତୀତ ସରକାରଙ୍କ ଘରୋଇକରଣ ଯୋଜନାକୁ ବିରୋଧ କରି ଅନେକ ବ୍ୟାଙ୍କ ୟୁନିଅନ ଧର୍ମଘଟ ଡାକରା ବି ଦେଇଛନ୍ତି। ତେବେ ଏଥିଯୋଗୁ ମଧ୍ୟ  ବ୍ୟାଙ୍କ ସେବା ବ୍ୟାହତ ହୋଇପାରେ। ବ୍ୟାଙ୍କ ୟୁନିଅନ ତରଫରୁ ଆସନ୍ତା ମାର୍ଚ୍ଚ ୧୫ ଏବଂ ୧୬ ରେ ଦୁଇ ଦିନିଆ ଧର୍ମଘଟ ପାଳନ କରାଯିବ।

ଅନ୍ୟପଟେ ବ୍ୟାଙ୍କ ୟୁନିଅନ ମାର୍ଚ୍ଚ ୧୦ ରେ ଦିଲ୍ଲୀରେ ସଂସଦ ଅଭିମୁଖେ ଯାତ୍ରା କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ତେବେ ଯଦି ସରକାର ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ପୁନର୍ବିଚାର ନ କରନ୍ତି ତେବେ ଯଦି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବା ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଜାରି ରହିବ ବୋଲି କହିଛନ୍ତି ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (AIBEA)କହିଛି। ତେଣୁ ଆପଣଙ୍କର ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତେବେ ଯଥାଶୀଘ୍ର ଓଏହାକୁ ସାରିଦିଅନ୍ତୁ। ନଚେତ ଆପଣ ହଇରାଣ ହୋଇରପାରନ୍ତି ।

Latest Posts

Don't Miss