ମାର୍ଚ୍ଚ ୧ ତାରିଖରୁ ସବୁ ସରକାରୀ ହସ୍ପିଟାଲରେ ମାଗଣା କରୋନା ଟିକା, ଘରୋଇ ହସ୍ପିଟାଲରେ ଦେବାକୁ ପଡ଼ିବ ଟଙ୍କା
1 min readନୂଆଦିଲ୍ଲୀ: କରୋନା ଭାଇରସ୍ ଟୀକାକରଣକୁ ନେଇ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମୁତାବକ ଦେଶର ସବୁ ସରକାରୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖରୁ ମାଗଣା କରୋନା ଟିକା ଦିଆଯିବ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ତେବେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯଦି ଗମ୍ଭୀର ରୋଗର ଶିକାର ହୋଇଥାନ୍ତି ତେବେ ସେମାନଙ୍କୁ ମଧ୍ୟ ମାଗଣା ଟିକା ଦିଆଯିବ । ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୭ ଲକ୍ଷ ୬୭ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ୧୪ ଲକ୍ଷଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ଦିଆଯାଇଛି ।
From March 1, people above 60 years of age and those above 45 years of age with comorbidities will be vaccinated at 10,000 govt & over 20,000 private vaccination centres. The vaccine will be given free of cost at govt centres: Union Minister Prakash Javadekar#COVID19 pic.twitter.com/Rxhkkk8eSC
— ANI (@ANI) February 24, 2021
ଘରୋଇ ହସ୍ପିଟାଲରେ ଟିକା ପାଇଁ ଟଙ୍କା
ତେବେ ଘରୋଇ ହସ୍ପିଟାଲରେ ଯେଉଁମାନେ ଟିକା ନେବେ ସେମାନଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ଏନେଇ ସୂଚନା ଦେଇ କହିଛନ୍ତି ଯେ, କରୋନା ଟିକାର ମୂଲ୍ୟ ବାବଦରେ ଦୁଇ ରୁ ତିନି ଦିନ ମଧ୍ୟରେ ଘୋଷଣା କରାଯିବ । ଏନେଇ ଭ୍ୟକ୍କିନ ନିର୍ମାତା ଓ ହସ୍ପିଟାଲ ସହ ସରକାର ଆଲୋଚନା କରୁଛନ୍ତି ।
୧୦ ହଜାର ହସ୍ପିଟାଲରେ ଦିଆଯିବ ଟିକା
ଦେଶର ୧୦ ହଜାର ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯିବ । ସେହିଭଳି ୨୦ ହଜାର ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ଦିଆଯିବ । ତେବେ ଘରୋଇ ହସ୍ପିଟାଲରେ ଟିକା ପାଇଁ ଟଙ୍କା ଦେବାକୁ ପଡିବ ।