spot_img

Latest Posts

ଲାଇଭ୍ ଟିଭି ଶୋ’ରେ ବିଜେପି ନେତାଙ୍କୁ ଚପଲ ମାଡ଼

ଲାଇଭ୍ ଟିଭି ଶୋ’ରେ ବିଜେପି ନେତାଙ୍କୁ ଚପଲ ମାଡ଼। କୌଣସି ପ୍ରସଙ୍ଗରେ ଡିବେଟ୍ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟିର ନେତା ତଥା ଆନ୍ଧ୍ରପ୍ରଦେଶର ମହାସଚିବ ବିଷ୍ଣୁବର୍ଦ୍ଧନ ରେଡ୍ଡୀଙ୍କୁ ହଟହଟା ହେବାକୁ କଡ଼ିଛି। ଏକ ତେଲୁଗୁ ଚ୍ୟାନେଲ ପକ୍ଷରୁ ଡିବେଟ୍‌ ଚାଲିଥିବା ବେଳେ ବିଷ୍ଣୁବର୍ଦ୍ଧନଙ୍କୁ ଚପଲରେ ମାରିଛନ୍ତି ଅନ୍ୟଜଣେ ନେତା।

ଡିବେଟ୍ ପ୍ରୋଗ୍ରାମରେ ବିଜେପି ମହାସଚିବ ବିଷ୍ଣୁବର୍ଦ୍ଧନ ଓ ଅମରାବତୀ ଜଏଣ୍ଟ ଆକ୍ସନ କମିଟି ସଦସ୍ୟ କେ. ଶ୍ରୀନିବାସ ରାୟ ଭାଗ ନେଇଥିଲେ। ଡିବେଟ୍ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ଖୁବ୍‌ ଜୋର୍‌ରେ ଯୁକ୍ତିତର୍କ ହୋଇଥିଲା। ଫଳରେ ଶ୍ରୀନିବାସ ବିଜେପି ନେତା ବିଷ୍ଣୁବର୍ଦ୍ଧନଙ୍କୁ ଚପଲରେ ପିଟି ଦେଇଥିଲେ। ବିଜେପି ପ୍ରଦେଶ ଅଧ୍ୟକ୍ଷ ସୋମୁ ବିରରାଜୁଙ୍କ ସମେତ ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଶ୍ରୀନିବାସ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି।

Latest Posts

Don't Miss